STORYMIRROR

Tikeshwar Sahu

Inspirational

3  

Tikeshwar Sahu

Inspirational

ନାଗରିକ

ନାଗରିକ

1 min
215

   ଭାରତ ମାଟିର ଯୋଗ୍ୟତମ ସୁତ ପ୍ରିୟ ନାଗରିକ ଗଣ,     

ସେବା ପ୍ରତିଦାନେ ପୂଜନ୍ତି ମାଟିକୁ ମାତା ରୂପେ ପ୍ରତିକ୍ଷଣ |୧|   

   ଦେଶ ମୋ ଗରବ ମାଟି ମୋ ସରବ ଛାତି ମୋର ଫୁଲିଉଠେ ,       

ଭାରତ ବର୍ଷର ମୁହିଁ ନାଗରିକ ମୋ ଭାଗ୍ଯରେ ଶୁଭ ଘଟେ |୨|           

 ମଣେ ଭାଗ୍ୟବାନ ନାଗରିକ ବୋଲି ଅଛି ମୋର ଅଧିକାର ,     

   ଅଧିକାର ପାଇଁ କର୍ତ୍ତବ୍ୟ ରହିଛି ହେଉଥିବି ତତପର |୩|              

ଦେଶର ସୁରକ୍ଷା ପୁଣି ପ୍ରତିରକ୍ଷା ସଇନ ବିଭାଗ ହାତେ,

ସଲାମ ଜଣାଏ ସଇନ ଭାଇଙ୍କୁ ବଳ ବଢ଼ାଇବା ମତେ |୪|   

ଭୋଟ ଅଧିକାର ପବିତ୍ର କର୍ତ୍ତବ୍ୟ ପାଞ୍ଚ ବରଷରେ ଆସେ,     

ଠିକ ଲୋକଟିକୁ ଭୋଟ ଦେଇ କରି ଠିକ୍ ସରକାର ବାଛେ | ୫|     

        ହୁଅଇ ଶିକ୍ଷକ ଅବା କର୍ମଚାରୀ ଅବା ନେତା ଅଫିସର ,

ଯିଏ ଯେଉଁଠାରେ ଥାଉନା କାହିଁକି ବୁଝିବା କାମର ଭାର |୬|           

  ସଚ୍ଚୋଟ ପଣିଆ ଗାନ୍ଧି ଦେଇଛନ୍ତି ସମୟର ଉପଯୋଗ,        

  ସତ୍ଯ ଅହିଂସାର ପଥରେ ଚାଲିଲେ ସବୁ ହେବ ପରା ଭୋଗ |୭|      

      ମାଟିର ବିକାଶ ସମାଜ ପ୍ରକାଶ ଭଲ ନାଗରିକ ଜାଣେ ,    

   ତାହାରି ପାଇଁ ତ ଦେଶ ଗଢ଼ିଉଠେ ଯାହା ଶ୍ରେଷ୍ଠତମ ମଣେ |୮|       

    ସମସ୍ତ ଶକତି ଜ୍ଞାନ ବିଜ୍ଞାନକୁ ଦେଶ ପାଇଁ ଦିଅ ବଳି,              

ତାହେଲେ ବୋଲିବେ ଭଲ ନାଗରିକ ଜୀବନକୁ ଦେଲା ବଳି |୯|          

 ସମସ୍ତେ ହୁଅନ୍ତୁ ଉତ୍ତମ ମଣିଷ ଶ୍ରେଷ୍ଠ ନାଗରିକ ହୋଇ,

ଭାରତ ହୋଇବ ପୃଥିବୀରେ ଶ୍ରେଷ୍ଠ କଥାରେ ଦ୍ବିମତ ନାହିଁ | ୧୦ |          


Rate this content
Log in

Similar oriya poem from Inspirational