STORYMIRROR

Santanu Bisoi

Action Others

3  

Santanu Bisoi

Action Others

ନାଗଫାଶ।

ନାଗଫାଶ।

1 min
203

ଶୁଣହେ ଗାନ୍ଧୀ ଅହିଂସା ଥାଳକୁ

ଧରି ବୁଲିଲୁଣି କେତେ,

ସେ ଥାଳେ ମିଳୁଛି ତୀବ୍ର ତାଡନା

ତାତ୍ସଲ୍ୟ ଟାପରା ଯେତେ।।


ଅହିଂସା ପୂଜାରୀ ପାଇଁ ନିର୍ମାଣନ୍ତି

ଅମଲା'ଏ ନାଗ ଫାସ

ଏ ଗାଲରେ ଦଶ ଚାପୁଡ଼ା ମିଳୁଛି

ସେ ଗାଲକୁ ମିଳେ ଦଶ।।


ଚିକିତ୍ସାଆଳରେ ଚିକିତ୍ସକ ଦିଏ

ବିଷ ଇଞ୍ଜେକ୍ସନ ଫୋଡି

ପୋଲିସ ସାଜିଛି ସରକାରୀ ଗୁଣ୍ଡା

ଜନତାର କଳିମୋଡି।।


କାହା ଚାପେ ଚେପା ଅହିଂସା ନୀତିଟା

ଜାଣିକି ପାରୁଛ କିଏ

କାହା ନିର୍ଦେଶରେ ସତ୍ୟାଗ୍ରହୀଙ୍କୁ

ପୋଲିସ ଉଠାଇ ଦିଏ ??


ଦାବି ଦାବି ବୋଲି ଯେତେ ଦାବି କଲେ

ଦବାଇ ଦିଅନ୍ତି ସ୍ୱର

ଅନ୍ୟାୟ ଅନୀତି ବ୍ୟଭିଚାର ବଢେ

ପୋଲିସ ତା ସୂତ୍ରଧର।।


ଶକୁନି ସାଜନ୍ତି ନେତାମନ୍ତ୍ରୀ ଏଠି

ଦୁର୍ବାର ଦ୍ୟୁତଜୟୀ

ବିଚାରୀ ଦ୍ରୌପଦୀ ହୁଏ ବିବସନା

ଧର୍ମ ରହିଛି ଶୋଇ।।


ପାଣିରେ ତଇଳ, ଘଞ୍ଚବନେ ନିଆଁ

ଯେସନେ ଯାଆନ୍ତି ମାଡି,

କନ୍ୟା ଭ୍ରୁଣହତ୍ୟା, ନାରୀ ନିର୍ଯ୍ୟାତନା

ତେସନେ ଚାଲିଛି ବଢି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action