STORYMIRROR

Prabhanjana Tripathy

Abstract Others

3  

Prabhanjana Tripathy

Abstract Others

ନାଚିବାକୁ ଇଛା

ନାଚିବାକୁ ଇଛା

1 min
146


ନାଚିବାକୁ ଇଚ୍ଛାହୁଏ 

ହୃଦୟ ମୃଦଙ୍ଗ ତାଳେ

ଧକ୍ ଧକ୍ ତାକ୍ ତାକ୍

ଧକ୍ ଧକ୍ ତାକ୍ ତାକ୍

ମର୍ମନ୍ତୁଦ କାନ୍ଦର

କଇଁ କଇଁ ସ୍ୱର ଦେଇ

କଣ୍ଠ ରୁଦ୍ଧ ଆବାଜ୍ ର

ସୁଉଁ ସୁଉଁ ତାନେ ।।


ନାଚିବାକୁ ଇଚ୍ଛା ହୁଏ

ନିର୍ଜନ ସ୍ମଶାନର 

ନିଛାଟିଆ ଶବଦାହ 

ପାଉଁଶ ଉପରେ

ପାଦ ପଶି ଯାଉଥିବ

ପାଉଁଶ ଦେହରେ

ଚିତ୍କାର ଶୁଭୁଥିବ 

ପୋଡିଲା ଅସ୍ଥିର ।।


ନାଚିବାକୁ ଇଚ୍ଛାହୁଏ

ନିଘଞ୍ଚ ଅରଣ୍ୟେ

ମଣିଷ ଖିଆ ର ସାଥେ

ଘନ ଅରଣ୍ୟରେ ।।


ନାଚିବାକୁ ଇଛା ହୁଏ

ମାନବ କନ୍ଦରେ

ଏଠି ବି ଶ୍ମଶାନ ପାଉଁଶ

ଉଡେ ଦିବା ନିଷି

ପୁଞ୍ଜା ପୁଞ୍ଜା ମେଞ୍ଚା ମେଞ୍ଚା

କୁଢ଼ କୁଢ଼ ଅସ୍ତିର ଅରଣ୍ୟ ।।


ନାଚିବାକୁ ଇଚ୍ଛା ହୁଏ

କଣ୍ଟା ଲଗା ଶୃଙ୍ଖଳ ଟେ ଧରି

ଶରୀରକୁ କରି କ୍ଷତ କ୍ଷତ

ଝର୍ଝରି ଖସୁଥିବ

ଲହୁ ଟୋପା ଟୋପା

ଅସମ୍ଭାଳ ଅକୁହା 

ମୋ ନାଟକ' ଦେଖିବାକୁ ଆସ

ଭିଡ଼ ଲାଗିଅଛି ଆଜି

ନାରୀର ଆଂଚଳେ

ଭିଡ଼ ଲାଗିଅଛି ଆଜି

ଜୀବନ କନ୍ଦରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract