STORYMIRROR

Archana Sahoo

Comedy Fantasy Inspirational

3  

Archana Sahoo

Comedy Fantasy Inspirational

ନା ତ ମୋର କିଛି ଅସୁବିଧା ନାହିଁ

ନା ତ ମୋର କିଛି ଅସୁବିଧା ନାହିଁ

1 min
161


ନା ତ ମୋର କିଛି ଅସୁବିଧା ନାହିଁ 

ସେଇ ଚଗଲା ଥଣ୍ଡା ପବନ

ର ଆଗମନେ


ଏଇ ତ ସଂଧ୍ୟା ଅଗମନ କରିଛି 

କିଛି କଳା ଅନ୍ଧାର ନିଜର 

ଆଧିପତ୍ୟ ବିସ୍ତାର କରିଛି


ଆଉ ଧିରେ ଧିରେ ମନେ ପକେଇ ଦେଉଛି ଅକୁହା ଅତୀତ କୁ 

ଯେଉଁଠି ଦିନେ ମୋ ପିଲାଦିନ ଥିଲା 

ଥିଲା ମୋ ପ୍ରିୟ ସାଙ୍ଗ ସାଥି ଥିଲା


ସଞ୍ଜ ବେଳ ଯାଏ ବାଲିରେ

 ଖେଳି ଖେଳି ,

ଘରକୁ ଆସିବାର ନାଁ ହିଁ 

ଧରୁନା ଆମେ.....


ବୋଉ ର ସେ ବାଡ଼ି ଧରି 

ଗୋଡେଇବାର ଦିନ

ପୁଣି କାନ ଧରି ଆଣିବାର ବେଳ 

ପୁଣି ସେତିକି ରେ ମନ ବୁଝେନି ଯେ

ଆହୁରି ଧମକ


"କାଲିଠାରୁ ଖେଳିବାକୁ ଯା' ତ ଆଗ

ମତେ ଚିହ୍ନିବୁ ମୁଁ କିଏ ବୋଲି


ସତରେ ସେଇ ସମୟରେ ମୁଁ ଭାବେ

ହଁ ବୋଉ ମୋର ଅଜଣା 

ତାକୁ ଆହୁରି ଚିହ୍ନିବା ବାକି ଅଛି

ହଁ କାଲି ପୁଣି ଖେଳ ଆଉ ଗୋଟେ ଅଧ୍ୟାୟ ଆଉ କ'ଣ ?


ସେଇ ସଞ୍ଜ ବେଳ ଆଜି ବି ଅଛି

ହେଲେ ସେ ବାଡ଼ି ନାହିଁ କି 

ବୋଉ ର ଗାଳି ବି ନାହିଁ


ଏବେ ବସିକି ବହୁନା ପକଉଛି

ମାଆ ମୋର ଆଉ କିଛି ଦିନ ପରେ ପର ଘରକୁ ଚାଲିଯିବ ଲୋ


ଅବଶ୍ୟ ଏହି ବହୁନା କୁ 

ତିନି ବର୍ଷ ହେଇଗଲାଣି

ନା ତ ମୋର କିଛି ଅସୁବିଧା ନାହିଁ

ଘରେ ରହି ସେ ବହୁନା ଶୁଣିବାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy