ନା ନା ନା
ନା ନା ନା
ନା ନା ନା ତୁ ଅନା ଛୁଆନା ଛୁଆନା
ନିଆଁକୁତ କରୁ ନା ନା
ଆଗ୍ରହେ ଚକିତ ଛୁଇଁବାକୁ ସେତ
ଶିଶୁ ଚାହେଁ କଲେ ମନା l
ନା ନା ତୁ ଧରନା ବହି ପତ୍ର ମନା
ଚିରିବା ଲାଗି ଧରନା
ଚିରିବା ଫିଙ୍ଗିବା ଧରି ଗୋଟାଇବା
ସେ ପାଇଁ ତାକୁ ଦିଅନା l
ନା ନା ତୁ ଯାଆନା ଦୌଡନା ଦୌଡନା
ପଡି ଗୋଡ଼ ଯିବ ଭାଙ୍ଗି
ଲାଗିଲେ ଆଘାତ କଷ୍ଟ ପାଇବୁତ
ଦୁଷ୍ଟାମୀ ଯିବତ ଭାଙ୍ଗି l
ନା ନା ତୁ କାନ୍ଦେନା ହେଙ୍କା ତୁ ମାରେନା
ଅଝଟ ଜମା ହଅ ନା
ଯାହା ତୁ କହିବୁ ଯାହାତୁ ମାଗିବୁ
ନିଶ୍ଚେ ତତେ ମୁଁ ଦେବିନା l
ନା ନା ପ୍ରତିକ୍ଷଣେ ଶୁଣି ପ୍ରତିଦିନେ
ଶିଶୁ ହୁଏ ଆନମନା
ଚିନ୍ତା ବିପରୀତ କରେ ଅବିରତ
ଅନୁଭୂତି ପାଇଁ ସିନା l
ନା ନା ନା କୁ ସାଥି ଦୂରେ ରଖ ମତି
ଉପଦେଶ ଅକାରଣ
ବାରଣ ଆଗ୍ରହ କରେ ଅହ ରହ
ମନା ପାଇଁ କରେ ଜାଣ l
ନା ନା ନା ନିଶାକୁ ଯେ ପରାମର୍ଶକୁ
ପ୍ରତ୍ୟାକ୍ଷିତ ଆଗ କରେ
ଉତ୍ସାହେ ଆନନ୍ଦେ ନିଶା ପାଣି ଶିଖେ
ଜାଣିବାକୁ ଆଗ୍ରହରେ l
ନା ନା ନା ଦେଖନା ସିନେମା ଦେଖେନା
ଶୁଣି ଶୁଣି ଭାବି ଭାବି
ସିନେମା ଦେଖାକୁ ସଦା ଦେଖିବାକୁ
ଉପାୟ କରେ ସେ ଭାବି l
ନା ନା ହୃଦେ ଧରି ନା କାର୍ଯ୍ୟ ସେ କରି
ଭଲ କର୍ମ ଯାଏ ଭୁଲି
ଭଲ ଉପଦେଶ ଯେ ସୁ ପରାମର୍ଶ
ଅନାଗ୍ରହ ଜପାମାଳି l
ନା ନା ମୁଣ୍ଡେ ତାର ବସା ମନେ ଘର
ମନା କା6ର୍ଯ୍ୟ ଚିନ୍ତେ ମନ
ଆଗ୍ରହ ତାହାର ବଢେ ନିରନ୍ତର
ଅନାଦୃତ ଯେ ସୁଗୁଣ l
