STORYMIRROR

Purnima Prusty

Abstract

2  

Purnima Prusty

Abstract

ନା କହି ହୁଏ ନା ସହି ହୁଏ

ନା କହି ହୁଏ ନା ସହି ହୁଏ

1 min
359

ନା କହି ହୁଏ... ନା ସହି ହୁଏ

ସମୟ ଏମିତି ବି ଆସେ

ହୃଦୟରେ ଥିବା ମଣିଷର ହୃଦୟ କୁ

ନା ପଢି ହୁଏ ନା ବୁଝି ହୁଏ


ଆସେ ଏମିତି ଅଜବ ମୋଡ

  ଏ ଜୀବନ ରାସ୍ତାରେ 

ନା ଆଗକୁ ଯାଇ ହୁଏ 

       ନା ଅଧାରୁ ଛାଡି ହୁଏ


ଛାତିରେ ଥିଲେ ବି ଛାତିଏ କୋହ

କିଛି ହେରେଇ ଦେବାର ଭୟରେ 

ନା କାହା ଆଗେ ପ୍ରକାଶ କରି ହୁଏ 

   ନା ମନକୁ ସାନ୍ତ୍ୱନା ଦେଇ ହୁଏ


ଚାଲିବାକୁ ଥାଏ ପଥ ବହୁ ଦୂର

 ଚାପି ଦେଇ ସବୁ କଷ୍ଟ ହୃଦୟର 

ନିରବ ପଥିକ ସାଜିବାକୁ ହୁଏ 

   ନା କହି ହୁଏ... ନା ସହି ହୁଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract