ନଅ ' କ ' ପଣକିଆ ଗୀତ
ନଅ ' କ ' ପଣକିଆ ଗୀତ
ନଅ ଏକେ ନଅ,
ସବୁବେଳେ ସତ କହ l
ନଅ ଦୁଗୁଣେ ଅଠର,
ସତ କହିବାକୁ ନ ଡର l
ନଅ ତିରିକି ସତେ ଇଶୀ,
ମିଛକୁ ଆମେ ଦେବା ଦଂଶୀ l
ନଅ ଚଉକୁ ଛତିଶୀ,
ସତ କହିବା ହସି ହସି l
ନଅ ପଞ୍ଚା ପଞ୍ଚଚାଳସୀ,
ମିଛ କହି ହେବାନି ଦୋଷୀ l
ନଅ ଷୋକୋ ଚଉବନ,
ସତ କହି ଦେବା ଜୀବନ l
ନଅ ସତା ତେଷଠି,
ଆହ୍ୱାନ ଦେବାରେ ଏକାଠି l
ନଅ ଅଠା ବାସ୍ତରୀ,
ସତ ପାଇଁ ସଂଗ୍ରାମ କରି l
ନଅ ନୂଆଁ ଏକା ଅଶୀ,
ରାମ ରାଜ୍ୟରେ ଉଠିବ ହସି l
ନଅ ଦଶା ନବେ,
ସତ କହିବା ଆମେ ଯେବେ l