STORYMIRROR

Sahadev Behera

Inspirational

3  

Sahadev Behera

Inspirational

ନ ଖାଇଲେ ଭଲ

ନ ଖାଇଲେ ଭଲ

1 min
176


ମାତୃଦେବୀ ଉବାଚ -


ମାଆ କହେ ଚଗଲାକୁ  ଚକୋଲେଟ୍ ଖାଆନି

ଚାଉମିନ୍ ,ବରଗର,   ପିଜାକୁ ତୁ ଛୁଉଁନି ll 


ଥଣ୍ଡା ବୋତଲର ପାଶେ  ଧନ ମୋର ଯାଆନି

ଯେତେ ଯିଏ ଯାଚିଲେ ତୁ ଆଇସ୍ କ୍ରିମ ଖାଆନି ll 


ଏ ସବୁ ଭେଜାଲ ଆଜି  ନାହିଁ କିଛି ଅସଲି

ଖାଇ କାହିଁ ମିଛଟାରେ ଛାଡିବୁ ତୁ ବୋବାଳି ll


ଗୁପ୍ ଚୁପ୍ ଖଟା ପାଣି ଦେଖି ଲାଳ ଗଡାନି

ଭେଲପୁରି, ଦହିବରା ହେଉ ଚାଟ୍ ଘୁଗୁନି ll


ପତ୍ନୀଦେବୀ ଉବାଚ-

ଖାଅନି ପଖାଳ କେବେ ଦେହରେ ତ ଯାଉନି

ବୟସ ହେଲାଣି ଏବେ ହଜମ ତ ହଉନି ll 


ରାଗ ମିଶା ତରକାରି ତେଲ ଭାଜି ମସଲା

ଖାଇବାକୁ ଜିଭ ତୁମ ହୁଏ ଭାରି ଚଗଲା ll


ଏ ସବୁ ଖାଅନି ଜମା ଅଟେ ସେତ ଭଗାରୀ

ମଧୁମେହ ରକ୍ତଚାପ ନିଏ ସବୁ ଆଦରି ll


ଖାଅନାହିଁ ଲୁଣ ବେଶି ପିଅ ନାହିଁ ବିଦେଶୀ

ନ ରୁଚିଲେ ତୁଣ୍ଡେ ପିତା ଟିକେ ଦିଅ ଗିରାସି ll 


ପାନ ବିଡି ସିଗାରେଟ ସାଙ୍ଗମେଳେ ଚିକେନ

ଛୁଅଁ ନାହିଁ କେବେ ତାକୁ ପକାଇଲି ମୋ ରାଣ ll


ପିତା -ପୁତ୍ର ଉବାଚ-


ରାଗି କହେ ଚଗଲାଟା କାହାକୁ ଯେ ଖାଇବି

ନ ଖାଇଲେ ଭଲ ହେବ ପାଣି ପିଇ ଶୋଇବି ll


ଚଗଲା ବାପାର ରାଗ ବଢି ଗଲା ଦିଗୁଣ 

ନ ଖାଇଲେ ଭଲ ହେବ ଯାଉ ପଛେ ମୋ ପ୍ରାଣ ll



Rate this content
Log in

Similar oriya poem from Inspirational