STORYMIRROR

Ramesh takri

Inspirational Others

3  

Ramesh takri

Inspirational Others

ନ ଖାଇ ପାରିଲେ ଅଙ୍ଗୁର ଖଟା

ନ ଖାଇ ପାରିଲେ ଅଙ୍ଗୁର ଖଟା

1 min
205

ସଫଳ ବିଫଳ   ରହିଛି ଯେମିତି

    ପ୍ରତ୍ଯେକ ପ୍ରାଣୀଙ୍କ ପାଇଁ

ଜୀବନରେ ଆସେ   ହାରିବା ଜିତିବା

    କର୍ମ କଉଶଳ ନେଇ। ୧।


ଜୀବନେ ସଫଳ   ପାଇବାକୁ ହେଲେ

    ନିଷ୍ଠାରେ କରମ କରି

ବିଫଳତା ଦିନେ   ସଫଳ ହୋଇବ

   ପ୍ରୟାସ ରଖିଲେ ଜାରି ।୨।


ଅସାବଧାନରେ   ବାଟ ଚାଲୁ ଚାଲୁ

    ଝୁଣ୍ଟି ପଡ଼ିଲେ ବାଟୋଇ

ଅଯଥା ଅନ୍ଯକୁ   ଦୋଷ ଦେଇ କହେ 

    ଏହିବାଟ ଭଲ ନାହିଁ।୩।


ନୃତ୍ଯ କଳାରେ   ଯେ ଅପାରଗ ଥାଏ

     ମୂଲ୍ଯହୀନ କଥା କହେ

ନିଜେ ସେ ନିଜକୁ   ପ୍ରତାରଣା କରେ

    ଅଗଣାକୁ ଦୋଷ ଦିଏ ।୪।


ପାଚିଲା ଅଙ୍ଗୁର.  ଖାଇ ନ ପାରିଲେ

    ଅଙ୍ଗୁର ଖଟା ହୁଏନା

ଆପଣା ମନକୁ   ସାନ୍ତ୍ବନା ଦେବାକୁ

    ବିଲୂଆର ଏ ବାହାନା ।୫।


କରିବା କାମକୁ   କରି ନ ପାରିଲେ

    ଫଳ ହାତ ଛଡ଼ା ହେବ

ନିଜ ଦୁର୍ବଳତା   ନିଜେ ଜାଣି ପାରି

    ଅଙ୍ଗୁର ଖଟା କହିବ ।୬।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational