STORYMIRROR

Bishnupriya Panda

Abstract

4  

Bishnupriya Panda

Abstract

ମୟୁରଚୁଳିଆ

ମୟୁରଚୁଳିଆ

1 min
393


ରଙ୍ଗ ଅଧରେ କରୁ ବଂଶୀ ବାଦନ

ମୟୁରଚୁଳିଆ ଆରେ ଚକାନୟନ l

ପତୀତପାବନ ବାନା ମନ୍ଦିରେ ଉଡେ

ନୀଳଗିରି ବାସି ରହୁ ସମୁଦ୍ର ତୀରେ l

ଦେଖି ତୋତେ ଲାଖି ଯାଏ ଏ ମୋର ମନ

ରଙ୍ଗ ଅଧରେ....................।

କଳା ମୁହଁ କୁ କଳା ଆଖି ସୁନ୍ଦର

ଜଗତ କଳାକୁ ନେଇ କଳା ଠାକୁର l

ଟାଣି ନେଉଛୁ ସଭିଙ୍କ ମନ ମୁନ

ରଙ୍ଗ ଅଧରେ କରୁ................।

ପୁରୁଷୋତ୍ତମ ବାସି ବଡ଼ ଆଖିଆ

ଜଗତ ଦେଖୁଛୁ ହାତ ଗୋଡ ଖଣ୍ଡିଆ l

ଖଣ୍ଡିଆ ହାତରେ ପୃଥ୍ୱୀ ଚଳାଉ ଜାଣ

ରଙ୍ଗ ଅଧରେ କରୁ.................।

ଗୋପୀ ପ୍ରାଣ ଧନ ଆଉ ରାଧା ଜୀବନ

ମୋ ପ୍ରାଣ ଧନ ହେବୁ ରହିଲା ରାଣ l

ଭଵ ଜଳେ ଭାସୁଛି ଉଦ୍ଧାରି ଆଣ

ରଙ୍ଗ ଅଧରେ...................... ମୟୁର ଚୁଳିଆ.........।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract