ମ୍ୟାଜିକ୍
ମ୍ୟାଜିକ୍
ଗୋଟେ ମ୍ୟାଜିକ ବୋତଲ
ଯାହା ଭିତରେ ବନ୍ଦ ହେଇପାରେ ଜୀନି
ଯିଏ ଦେଇପାରେ ପାର୍ଥିବ କିଛି ଇଚ୍ଛା ତାଲିକାକୁ ରୂପ
ହେଲେ ମୁଁ ଯଦି ଏ ପାର୍ଥିବ ସବୁର ଧାର ନ ଧରେ
ଯଦି ମୁଁ କହେ, "ମତେ ଆକାଶ ଦେ ସ୍ୱପ୍ନ ଦେ
ହସ ଦେ ମୁକ୍ତି ଦେ ମତେ ମୋ ମୁତାବକ ଶାନ୍ତିର ଜୀବନଟେ ଦେ"।
ପାରେ କଣ କୋଉ ଜୀନି
ତା ହାତକଥା ପାଉତାରେ ଲେଖାଥାଏ କଣ ଏତେ ସବୁ ?
ପୁଣି ସିଏ କଣ ଆଉ ଈଶ୍ୱର?
ଓଦରା ଗଛ ଦିଟା ଖୁଣ୍ଟ ପରି ଠିଆ ହେଇ କଥା ହେଲେ ।
" ନା ତୋର ଚେର ଅଛି ନା ମୋର "
ତେବେ ଶୂନ୍ୟ ଝୁଲନ୍ତା ଏ ଦେହଟା ପାଇଁ ଏତେ ମାୟା କାହିଁକି ।
ଏତେ କଷ୍ଟ କଣ ମୁକୁଳିବା
ହାତରେ ଖୋଲିହେଉଥିବା ସୂତା ଫାଶଟେରୁ
ଏଇ ତ ଟିକିଏ ଧୈର୍ଯ୍ୟ ଲୋଡା ।
ବାସ୍ ।
ଜୀନି ହସେ
ଖୁବ୍ ହସେ ଅଟ୍ଟହାସ୍ୟ ରୋଳ ଛୁଟାଏ
ବୋତଲ ଭିତରୁ
କହେ, "ଯଦି ଏତେ ସରଳ
ତେବେ ମୁଁ କାଇଁ ବଞ୍ଚିଛି ସହସ୍ର ବର୍ଷର ବନ୍ଦୀ ହେଇ
ଏଇ କାଚର ଟିକି ବୋତଲଟିରେ ?"
