STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ମ୍ୟାଜିକ୍

ମ୍ୟାଜିକ୍

1 min
205

ଗୋଟେ ମ୍ୟାଜିକ ବୋତଲ 

ଯାହା ଭିତରେ ବନ୍ଦ ହେଇପାରେ ଜୀନି 

ଯିଏ ଦେଇପାରେ ପାର୍ଥିବ କିଛି ଇଚ୍ଛା ତାଲିକାକୁ ରୂପ

ହେଲେ ମୁଁ ଯଦି ଏ ପାର୍ଥିବ ସବୁର ଧାର ନ ଧରେ

ଯଦି ମୁଁ କହେ, "ମତେ ଆକାଶ ଦେ ସ୍ୱପ୍ନ ଦେ

ହସ ଦେ ମୁକ୍ତି ଦେ ମତେ ମୋ ମୁତାବକ ଶାନ୍ତିର ଜୀବନଟେ ଦେ"।

ପାରେ କଣ କୋଉ ଜୀନି 

ତା ହାତକଥା ପାଉତାରେ ଲେଖାଥାଏ କଣ ଏତେ ସବୁ ?

ପୁଣି ସିଏ କଣ ଆଉ ଈଶ୍ୱର?

ଓଦରା ଗଛ ଦିଟା ଖୁଣ୍ଟ ପରି ଠିଆ ହେଇ କଥା ହେଲେ ।

" ନା ତୋର ଚେର ଅଛି ନା ମୋର "

ତେବେ ଶୂନ୍ୟ ଝୁଲନ୍ତା ଏ ଦେହଟା ପାଇଁ ଏତେ ମାୟା କାହିଁକି ।

ଏତେ କଷ୍ଟ କଣ ମୁକୁଳିବା 

ହାତରେ ଖୋଲିହେଉଥିବା ସୂତା ଫାଶଟେରୁ 

ଏଇ ତ ଟିକିଏ ଧୈର୍ଯ୍ୟ ଲୋଡା ।

ବାସ୍ ।

ଜୀନି ହସେ  

ଖୁବ୍ ହସେ ଅଟ୍ଟହାସ୍ୟ ରୋଳ ଛୁଟାଏ 

ବୋତଲ ଭିତରୁ 

କହେ, "ଯଦି ଏତେ ସରଳ

ତେବେ ମୁଁ କାଇଁ ବଞ୍ଚିଛି ସହସ୍ର ବର୍ଷର ବନ୍ଦୀ ହେଇ

ଏଇ କାଚର ଟିକି ବୋତଲଟିରେ ?"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational