STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ମୂର୍ତ୍ତିମନ୍ତ ପ୍ରତୀକ

ମୂର୍ତ୍ତିମନ୍ତ ପ୍ରତୀକ

1 min
249


ନ୍ୟାୟର ପ୍ରତୀକ ହେ 

ମହିୟସୀ ନାରୀ

ସାରା ସଂସାର ସ୍ମରୁଛି

ଗରିମା ତୁମରି ।।


ଧର୍ମ ଅଧର୍ମ ର ଉଚିତ 

ବିଚାର ଧରାରେ 

ନୀତି ନିୟମ ଆଧାରେ 

ନିକିତି ତଉଲେ ।।


ସମାଜରେ ସତ୍ୟର ମହତ୍ୱ

ସର୍ବ ଆତ୍ମାରେ ବିରାଜୁ

ସମଗ୍ର ଧରିତ୍ରୀ କରୁ ବନ୍ଦିନୀ

ଅହିଂସାର ପ୍ରେମ ରଜ୍ଜୁ ।।


ମାନବିକତାର ମାନଦଣ୍ଡ ରେ

ଦୋଷୀ ଟିଏ ପାଏ ଦଣ୍ଡ

ଭୁଲ ଠିକ ରେ ତାରତମ୍ୟ ଜାଣି

ନ୍ୟାୟ ସଦା ହେଉ ଅଖଣ୍ଡ ।।


କଳାପଟି ବାନ୍ଧି ହାତରେ ତରାଜୁ

 ନ୍ୟାୟ ଦେବୀ ଜାଣି ରଖ

ନିକିତି ତଉଲ ସାନ ବଡ଼ ହେଲେ

ପାପ ଭାରୀ ପୁଣ୍ୟ ହାଲ୍କା ଦେଖ ।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract