STORYMIRROR

Sukadev Mahanta

Abstract Tragedy

4  

Sukadev Mahanta

Abstract Tragedy

ମୁଠାଏ ଭାତ

ମୁଠାଏ ଭାତ

1 min
171

ଶୈଶବ ଧୂଳି ଖେଳ ସାରି

କୈଶୋରେ ପ୍ରବେଶ କରିଲି ||


ସଂସାର ଜଞ୍ଜାଳ ବିଷମ

ଭୋଗନ୍ତି ସ୍ଥାବର ଜଙ୍ଗମ ||


ଅକାଳେ କରୋନା ବେମାରୀ

ସାଜିଲା ଆମର ଭଗାରୀ ||


ପିତା ମୋ ଦିନ ମଜୁରିଆ

ପାଇଟି କରନ୍ତି ମୋ ମାଆ ||


ପିତାମାତାଙ୍କ ରୋଜଗାର

ଯୋଗାଏ ମୁଠାଏ ଆହାର ||


ତାହାପରେ ମୋ ପାଠ ପଢା

ବୋଝପରେ ନଳିତା ବିଡା ||


ଚାଇନା ଦେଶରୁ ବାହାରି

କରୋନା ନାମେ ମହାମାରୀ ||


ସାରା ବିଶ୍ବକୁ କଲା ଗ୍ରାସ 

ଛଡାଇ ନେଲା ମୁଖୁ ହସ ||


ଢୋକେ ପିଇ ଦଣ୍ଡେ ଜୀଇଁବା

ସ୍ବଭାବେ  ଦୁଃସାଧ୍ୟ ବଞ୍ଚିବା||


 ଆମ ଅବସ୍ଥା ବି ସେମନ୍ତ

ମିଳେନି ମୁଖେ ମୁଠେ ଭାତ ||


ଲକ୍ଡାଉନ ଓ ସଟ୍ଡାଉନ

ବୃଦ୍ଧି କଲା ଆମ କଷଣ ||


ସକଳେ ଗୃହେ ଅନ୍ତତରୀଣ

କରୋନା ପ୍ରକୋପ ଦେଖିଣ ||


କଳ କାରଖାନାରେ ତାଲା

ଶ୍ରମିକ ଦୁର୍ଦ୍ଦଶା ବଢିଲା ||


ଘରେ ବନ୍ଦୀ ହୋଇ  ରହିଲେ 

କେ ଦେବ ମୁଠେ ଭାତ ଭଲେ ||


ଘରୁ ପଦାକୁ ବାହାରିଲେ

କରୋନା ସଂକ୍ରମଣ ଭାଲେ||


ମୂଷିକ ଶାବକ ଯେସନ

ହୋଇଲା ମଣିଷ ଜୀବନ ||


ଗୃହେ ନିଜକୁ ବନ୍ଦୀକରି

ରଖିଲା କରୋନାକୁ ଡରି ||


କରୋନା ଭୂତାଣୁ ବିଷମ

ମଣିଷ ଜୀବନ ହାରାମ   ||


ମୁଠାଏ ଭାତର ଯୋଗାଡ

ଛଡାଏ କରୋନାର ମାଡ ||


ଭିତରେ ପେଟର ଯନ୍ତ୍ରଣା

ବାହାରେ ଛକିଛି କରୋନା ||


କାହାରି ପାଶେ  ଯିବା ମନା

ଗଲେ ତ ହୋଇବ କରୋନା ||


ସଭିଏଁ କରନ୍ତି ଦୂର ଦୂର

ଭାବି ବାହକ କରୋନାର ||


ଭୋକରେ ଭିକ ମାଗି ଗଲି

ମୁଠାଏ ଭାତ ମିଳୁ ବୋଲି ||


କରୋନା ବାହକ ଭାବିଣ

ବସିଲେ କବାଟ କିଳିଣ ||


ପିତା ମୋ ଟ୍ରଲି ଟାଣି ଗଲେ

କରୋନା ସଂକ୍ରମିତ ହେଲେ ||


କୋଭିଡ ଡାକ୍ତରଖାନାରେ

ରହିଲେ ସିଏ ଚିକିତ୍ସାରେ ||


ଆମେ ରହିଲୁ ସଙ୍ଗରୋଧେ

ପେଟର ଚିନ୍ତା ଭାରି ବାଧେ ||


ମୁଠାଏ ଭାତର ଯୋଗାଣ

ଅଭାବେ ଅଶେଷ କଷଣ ||


ଜୀବନ ପାଇଁ ମୋ ସଂଗ୍ରାମ

ଚାଲିବ ଜୀବନ ତମାମ ||


ପେଟକୁ ମୁଠାଏ ଭାତର

ବ୍ୟବସ୍ଥା ଦୂରୁହ ବ୍ୟାପାର ||


ପାଠରେ ଡୋରି ବନ୍ଧା ହେଲା

ଜୀବନଟା ବାକି  ରହିଲା ||



Rate this content
Log in

Similar oriya poem from Abstract