STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ମୁଠାଏ ଭାତ

ମୁଠାଏ ଭାତ

1 min
167

ମୁଠାଏ ଭାତ ପାଇଁ କିଏ ବୁଲିବୁଲି ମାଗେ ଘର କୁ ଘର

ତଥାପି ମଣିଷ ମୁଠାଏ ଭାତ ଦିଏନାହିଁ କରେ କଦର୍ଯ୍ୟ ବ୍ୟବହାର।

ମୁଠାଏ ଭାତ ପାଇଁ କେତେ ଦିନଦୁଃଖୀ ଟିଏ ଉପବାସ ରହେ

କେତେ ଲୋକ ପାଖେ ପାଟିଖୋଲି କହୁ ଥାଏ

ମୁଠାଏ ଭାତ ବଞ୍ଚିବା ପାଇଁ ଶକ୍ତି ଯୋଗାଏ

ମୁଠାଏ ଭାତ ବିନା ମଣିଷ ର ଜୀବନ ଯାଏ

ମୁଠାଏ ଭାତ ପାଇଁ କରେ ମଣିଷ କେତେ ପରିଶ୍ରମ

ମୁଠାଏ ଭାତ ବିନା ମିଳେ ନାହିଁଜୀବନେ ବିଶ୍ରାମ

ମୁଠାଏ ଭାତ ଲକ୍ଷ୍ମୀ ମା ଙ୍କ କୃପାବଳେ ମିଳି ଥାଏ

ଲକ୍ଷ୍ମୀ ମା ଙ୍କ କୃପା ବିନା ମୁଠାଏ ଭାତ ପାଏ ନାହିଁ କିଏ

ମୁଠାଏ ଭାତ ପାଇଁ ମଣିଷ ହାତ ପାତିରହି ଥାଏ

ମୁଠାଏ ଭାତ ନ ପାଇଁ ମଣିଷ ରୋଗୀଣା ହୋଇ ଯାଏ

ପେଟ ପାଇଁ ମୁଠାଏ ଭାତ ସବୁ ବେଳେ ମିଳୁ ଥାଉ

ମୁଠାଏ ଭାତ ପାଇ ଜୀବନେ ସନ୍ତୋଷ ରହି ଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy