ମୁଠାଏ ଅନ୍ନ
ମୁଠାଏ ଅନ୍ନ
ନିଜ ପରିବାରକୁ ମୁଠାଏ
ଖୁଆଇବା ପାଇଁ
କିଏ କରେ ଟାଣ ଖରାରେ
ହାଡଭଙ୍ଗା ପରିଶ୍ରମ
କିଏ ଅନ୍ୟ ଘରେ କାମ ।
କରି ଯୋଗାଡେ ଅନ୍ନ
ରାସ୍ତା କଡରେ ହାତ ପତେଇବାକୁ
ପଛାଏ ନାହିଁ ।
ପେଟ ବିକଳେ
ଖରା ବର୍ଷା ଶୀତ ନମାନି
ଜରି ଗୋଟାଏ ।
ପୁଣି ବାସନ ମାଜେ
ଆଉ କା ଘରେ ।
ହୋଟେଲରେ ଫିଙ୍ଗିଥିବା
ବଡବଡୁଆଙ୍କ ଅଇଁଠା ପତ୍ର ଚାଟେ ।
ନିଜ ଛୁଆକୁ କାନ୍ଧରେ ଧରି
ଯାଯାବର ସାଜି
ବୁଲେ ଚର୍ତୁଦିଗେ ।
ବେଡି ପୋଟଲା ବାନ୍ଧି
ଚାଲିଯାଏ ଦାଦନ ଖଟିବାକୁ
ସୁରଟ ଅନ୍ୟାନ୍ୟ ରାଜ୍ୟକୁ
ମୁଠାଏ ଅନ୍ନ ଖଞ୍ଜିବାକୁ ।