STORYMIRROR

Sahadev Behera

Inspirational

4  

Sahadev Behera

Inspirational

ମୁଠାଏ ଅନ୍ନ

ମୁଠାଏ ଅନ୍ନ

1 min
24.2K


ଜନମୀ ମହୀରେ  ପିଣ୍ଡ ପ୍ରାଣ ଧରି 

     ବଞ୍ଚିବାକୁ ଲୋଡେ ଅନ୍ନ 

ମାଆ କ୍ଷୀର ପରି   ଅମୃତ ସମ ସେ 

     ଗଢଇ ତୋଳି ଜୀବନ ll 

      

ପେଟ ପାଇଁ ନାଟ  ତା ପାଇଁ ଯେ ହାଟ

   କେ ସହେ କର୍ମ କଷଣ 

ଜୀବନ କେ ଜୁଝେ  ଦାନା ଗଣ୍ଡେ ପାଇଁ 

    କେ ଲଭେ ମୃତ୍ୟୁ ବରଣ ll 

    

ଖଟେ କେ ଦାଦନ   ସାହୁକାର ଘରେ 

    କେ ଲାଗଇ ମୂଲ ଯାଇ 

ଚାକିରି କରେକେ ଚାଷକାମେ ଲାଗେ 

    ବିଦେଶରେ ଯାଏ ରହି ll 

    

ଚଳାଏ ମଟର   କଳକାରଖାନା 

    କେ ଡାକ୍ତର , ବୈଜ୍ଞାନିକ 

ଅନ୍ନ ମୁଠେ ପାଇଁ  ମଣିଷକେ ମାରେ

    କିଏ ସାଜଇ ଭିକ୍ଷୁକ ll 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational