STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ମୁରୁଖ , ପଣ୍ଡିତ , ଗୁଣୀ

ମୁରୁଖ , ପଣ୍ଡିତ , ଗୁଣୀ

1 min
277

କବିତା ରେ ଶବ୍ଦ ମିସୁନାହିଁ ବୋଲି

ମନ ମୋର ହୁଏ ଉଣା

ହେଲେ ବି ଯିମିତି ସିମିତି ଭାବେ

ହେବି କବିମଧ୍ୟେ ଗଣା


ଲେଖିଦେଇ ଯିବି,ଇଆଡୁ ସିଆଡୁ

ଚାରିପଦ, ଭାଵ ନାହିଁ

ଶବ୍ଦ ନ ମିଶୁ,ଧାଡି ନ ପୁରୁ

ବୁଝୁ କି ନ ବୁଝୁ କେହି


ଯୁକ୍ତାକ୍ଷର,ଆ କାର ଉ କାର

ହଳନ୍ତ ଓ ପୂର୍ଣ୍ଣଛେଦ

ଦୀର୍ଘ ଈ, ହର୍ଷ ଇ ମିଶୁ କି ନ ମିଶୁ

କିଏ ବା ଧରୁଛି ଭେଦ


ମୋବାଇଲ ରୁ କାଢ଼ି ,ପଢ଼ିଦେଇଯିବି

କିଏ ବା ମାଗିବ କପି

ମୁଁ ଗୋଟାଏ ଭିନ୍ନ ଟାଇପି

ଆଲତୁ ଫାଲତୁ କବି


ଶକ୍ତ ଶବ୍ଦ,ଜ୍ଞାନୀ ଜନୁ ମାଗି

ଖଞ୍ଜି ଦେଇ ଯିବି ପଦେ

ଚାରି ପାଞ୍ଚ ପଦ ଲେଖିଦେଲେ ମୁଁ

ହୋଇଯିବି କବି ଗୋଟେ


ମାନ ପତ୍ର ଗୋଟେ, ମିଳିବ ନିଶ୍ଚୟ

ଦେବେ ସୁଜ୍ଞାନୀ ମାନେ

ଯାହା ହେଉ ପଛେ ସାହିତ୍ୟ ପାଇଁ

ସଜାଗ ସଭିଙ୍କ ପ୍ରାଣେ


ଯେମିତି ହେଲେ,ସାହିତ୍ୟ ପାଇଁ

ଓଡ଼ିଆ ଭାଷାର ସୁରକ୍ଷା ନେଇ

ଚିନ୍ତିତ କବି ସୁଜ୍ଞାନୀ

ତାର ଫାଇଦା ଉଠେଇବାଲାଗି

ହୋଇ ଅଛୁ ଆମ୍ଭେ ଓଡ଼ିଆ ଉଦ୍ଜୋଗି

ମୁରୁଖ ,ପଣ୍ଡିତ ଗୁଣୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract