STORYMIRROR

MADHU MITA

Abstract

3  

MADHU MITA

Abstract

ମୁରୁଜ

ମୁରୁଜ

1 min
419

ରଙ୍ଗ ବେରଙ୍ଗି ଦେହ ଅଟେ ମୋର

ମୁଁ ପରା ଅଟେ ସବୁ ବ୍ରତ ର ସାର

ଦୀପାବଳୀ ହେଉ କି ହେଉ ମାଣବସା

ହେଉ ପୂର୍ଣ୍ଣମୀ କି ହେଉ ଅମାବାସ୍ୟା

ମୋ ବିନା ଅଧୁରା ସବୁ ପରବ ପୁନେଇ

ସବୁଠୁ ଲୋଡା ଯେବେ ଆସେ କାର୍ତ୍ତିକ ଘନେଇ


କରି ଦେବି ମୁଁ ବଗ ବଗୁଲି..ପଂଚକ କରିବେ ଲୋକେ ଦେଖେଇ

ଅଁଳା ତୁଳସୀ ଗଛ ଲଗେଇ.. ପଂଚକ କର ଆକାଶ ଦୀପ ଥୋଇ


ଶଙ୍ଖ ଚକ୍ର ଗଦା ପଦ୍ମ.. ଲେଖି ଦେବି ମୁଁ ହେବି ଯେ ଧନ୍ୟ

ବିଷ୍ଣୁ ବିନା ନାହିଁ କାର୍ତ୍ତିକ ବ୍ରତ.. ଏକଥା ଅଟେ ତ୍ରିବାର ସତ୍ୟ


ବୃନ୍ଦାବତୀଙ୍କ ମୂଳେ ଲଗାଇ ମନ..ସୁହାଗ ଚିହ୍ନ ମନରେ ଘେନ

ଶାଢୀ ଚୁଡି ଆଉ ଅାଭୂଷଣକୁ.. କରି ଦେଇ ତୁମେ କର ପ୍ରଣାମ


ସବୁଠି ଅଛି ମୋ କାଳିଆ ସାଅାନ୍ତ.. ତା ବିନା କି ତୀର୍ଥ ଆଉ ବ୍ରତ

ଚତୁର୍ଦ୍ଧା ମୂର୍ତ୍ତି ରଚିବି ମୁଁହି.. ନାନା ରଙ୍ଗେ ତାକୁ ଦେବି ରଙ୍ଗେଇ


ଜନ୍ମ ପାଇଛି ମୁଁ ପଥର ଗୁଣ୍ଡ.. ତଥାପି ଭରିବି ଭକ୍ତିର ଭାବ

ପୁଣ୍ୟ ମାସେ ମୋତେ ଦିଅ ସଜେଇ.. ପୁଣ୍ୟଲାଭ କରୁ ସାରା ଜଗତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract