STORYMIRROR

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ମୁଣ୍ଡରେ ଭେଜା ତା' ଜମାରୁ ନାହିଁ

ମୁଣ୍ଡରେ ଭେଜା ତା' ଜମାରୁ ନାହିଁ

1 min
515

ମୁଣ୍ଡରେ ଭେଜା ତା' ଜମାରୁ ନାହିଁ

ଲେଖାରେ ବିଚିତ୍ର ହେଉଛି ତହିଁ


ଭଡ଼ାରେ ଲେଖାଳି ଆଣିଚି ଲୋଡି

କାଢୁଆ ଲେଖାକୁ ଥୋଇଚି ମାଡି


ସ୍ବରଗ ଦେଖାରେ ହେଲାଣି ନର୍କ

ସେଥିରେ ଫୁଟାଣି ଅଲଗା ତର୍କ


ଗାଲୁଆ ହୋଇଲେ ଯା'ଆସେ କ'ଣ

ମୁହଁରେ ଭୁରୁଡି ଫୁଟାଏ ବାଣ


ତା'ପରେ ଖଞ୍ଜାରେ ଲୁଚୁଛି ବସି

ଭିଡ଼କୁ ଓଟାରି ଯାଇଛି ଖସି


ହସିବ ଯିଏରେ ହସୁ ତା' ଘରେ

ମୋହର କି ଗଲା କହୁଛି ପରେ


ବେଲଜ୍ଜ୍ୟା ବୋଲିକି ରଖିଚି ନାଆଁ

ଫାଇଦା ପାଇଲେ ଧପଡ଼ ଧାଆଁ


ମତକୁ ଡାକୁଛି କାହାକୁ କେତେ

ଛେପକୁ ଢୋକୁଛି ଜାଣିକି ସତେ


ବିପକ୍ଷ ପାଖରେ ଲଙ୍ଗଳା ହୋଇ

ମୁହଁକୁ ଚାପିକି ପଡୁଚି ଶୋଇ


ଏମିତି ଧନ୍ୟକୁ ମାନ୍ୟତା ମିଳେ

ଖାସାଟେ କବିକୁ ମନକୁ ଚଳେ


ମୁହଁରେ ପଛକେ କଳାକୁ ନେସି

ଜୀବନ ତାକୁଇ ବଢ଼ିଆ ଖୁସି


ଅକାମ କାମକୁ ଲଗାଇ ନିଜେ

ପ୍ରଶଂସାପତ୍ରକୁ କିଣିଚି ସଜେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract