Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

3  

baishnaba meher

Inspirational

ମୁଁ

ମୁଁ

1 min
385


ମୁଁ କୋଉ ଭାସ୍ୱତୀର ସ୍ରୋତ ?

ଅବା ତିମିରର ତିମିରିତ ପୁତ !

ମୋ ଜୀବନ, ଫୁଲର ନିର୍ଯ୍ୟାସ,

ନା.....

ମଉଳା ଫୁଲର ବର୍ଜିତ ଅବଶେଷ । 


ମୋ ପରିଚୟ, ମୋ ଅସ୍ତିତ୍ୱ,

ଖୋଜୁ ଖୋଜୁ ମୁଁ ନୟାନ୍ତ ।

ନିରନ୍ତର ଖୋଜେ ମୁଁ କିଏ ?

ହେଲେ...

ଶୂନ୍ୟତାର କଣ ସୀମା ଥାଏ ! 


ବେଳେବେଳେ ଭାବେ ମୁଁ ସର୍ବସ୍ୱ,

ମୁଁ ଅଗାଧ ଜ୍ଞାନର ଭଣ୍ଡାର,

ପୁଣି...

ମୁଁ ଶତ ହସ୍ତୀର ବଳ,

ମୁଁ ସମ୍ରାଟ ସମଗ୍ର ସୃଷ୍ଟିର ।

କିନ୍ତୁ;

ଖଦ୍ୟୋତକୁ ଡରୁଥିବା ମଣିଷ ମୁଁ,

ମୋର ଅବା କି ମୂଲ । 



Rate this content
Log in