STORYMIRROR

Trushna Das

Abstract Romance Inspirational

3  

Trushna Das

Abstract Romance Inspirational

ମୁଁ ଯେ ପ୍ରେମ ପୂଜାରୁଣୀ

ମୁଁ ଯେ ପ୍ରେମ ପୂଜାରୁଣୀ

1 min
229

ମୁଁ ଯେ ପ୍ରେମର ପୂଜାରୁଣୀ

   ପ୍ରେମ ପାଇଁ ମୁଁ ପାଗଳୀ 

ପ୍ରେମ ଟିକକ ପାଇବା ପାଇଁ 

   ତମ ପାଖକୁ ଆସିଥିଲି ସାଜି ତୁମ ରାଣୀ।। 


ମୁଁ ଯେ ପ୍ରେମ ପୂଜାରୁଣୀ

   କୋଠା ଘର ମୋର ଲୋଡା ନାହିଁ 

କେବଳ ଦରକାର ଥିଲା ହୃଦୟକୁ ମୋର ବୁଝି ପାରୁଥିବା ସାଥୀଟି

   ଚାଳ ଘର ବି ମୋ ପାଇଁ ସ୍ୱରଗ ଥିଲେ ସାଙ୍ଗରେ ମୋର ସାଥୀ।।


ମୁଁ ଯେ ପ୍ରେମ ପୂଜାରୁଣୀ

   ପ୍ରେମରେ କହିଲେ ମୁଁ ଯେ ସବୁ କରି ପକାଏ

ରାଗରେ କହିଲେ ଲୁହ ଯେ ଝର ଝର ହୋଇ ବହିଯାଏ

   ଅଭିମାନରେ ନିଶବ୍ଦ ହୋଇ ବସି ଯାଏ।।


ମୁଁ ଯେ ପ୍ରେମ ପୂଜାରୁଣୀ

   ପ୍ରେମ ଟିକେ ପାଇବା କ୍ଷଣି

ମନ ମୋର ନାଚି ଉଠଇ ହୋଇ ମୟୂରୀ

   ପ୍ରେମ ସ୍ୱର ରାଗିଣୀରେ ମନ ମୋର ନାଚି ଉଠଇ।।


ମୁଁ ଯେ ପ୍ରେମ ପୂଜାରୁଣୀ

   ଟିକିଏ ପ୍ରେମ ପାଇଁ ତୁମ ପାଖେ ଧରା ଦେଇଛି

କୁହ ହେ ସାଥୀ ଦେବ ନାହିଁ ଧକା

   ଜମାରୁ ମୁଁ ପାରିବିନି ସହି।।


ମୁଁ ଯେ ପ୍ରେମ ପୂଜାରୁଣୀ

   ପ୍ରେମରେ ଆମେ ଘର କରି

ରହିଛୁ ଏକତ୍ର ହୋଇ 

   ପ୍ରତିଶ୍ରୁତି ଦିଅ ହେ ମୋ ଜୀବନ ସାଥୀ ଦେବନି ମୋତେ ଛାଡି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract