Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Romance

3  

Dr.Soumya Ranjan Khatua

Romance

ମୁଁ ଯେ ଏଯାବତ କହି ପାରିନାହିଁ ଆଜି

ମୁଁ ଯେ ଏଯାବତ କହି ପାରିନାହିଁ ଆଜି

1 min
185


ସେଦିନର ବାଦଲ ଢ଼ଙ୍କା ସୂର୍ଯ୍ୟ ମୁଁ ଠିଆ ହୋଇଥାଏ ଛାତିରେ ରାସ୍ତାର ,

ତହିଁ ପ୍ରଥମ ନଜର ଯେବେ ମିଳିଗଲା ଆମ ଦୁହିଁଙ୍କର ,

ପୁଣି ଟିପଟିପ ବର୍ଷା ଝରୁଥାଏ ଓ ଛତା ଥିଲା ହାତେ ତୁମର ,

ଲାଜଭିଜା ମୁହେଁ ସରମିଲତା ଓଠେ ଚାହିଁ ଥିଲ ମୁହଁକୁ ମୋର ।। - - - ୧


କି କହିବି ପ୍ରିୟେ ଚାହାଣୀ ତୁମ ସତେ ମୃଗନୟନୀ ,

ହୃଦୟକୁ ମୋର ଆଉ ଖାଲି ରଖିନି ,

ତୁମ ପାଦର ପାଉଁଜି କେବେ ମତୁଆଲା ବନେଇଲା ଜାଣିନି ,

ମୋ ହୃଦୟ କେବେ ତୁମ ପଛେ ପଛେ ଚାଲିଗଲା ମୁଁ ରହିଗଲି ଜାଣିନି ।। - - - ୨


ଅକ୍ଷରକୁ ଅକ୍ଷର ଛନ୍ଦମୟ ଭାବରେ ଯୋଡି ,

ପ୍ରେମର ମୂର୍ଚ୍ଛନାକୁ ଆଞ୍ଜୁଳିରେ ତୋଳି ,

ସାଗର ଊର୍ମିକୁ ଖିଆଲି ଢଙ୍ଗରେ ଭାଙ୍ଗି ,

ମିଠା ମିଠା ପାପକୁ ପ୍ରେମର ପୀୟୂଷ ନାମେ ଦେହେ ବୋଳି ।। - - - ୩


ମୋ ଚିର ନିଦାଘେ ପହିଲି ମେଘର ଛିଟା ହୋଇ ,

କଳ୍ପନାକୁ ବଳିଯାଇ ବାସ୍ତବ ସହରକୁ ସଜେଇ ,

ବହିଗଲ ମର୍ଯ୍ୟାଦା ରହିତ ନଦୀଟିଏ ହୋଇ ମୋ ସାଗରେ ମିଶିବା ପାଇଁ ,

ଆସିଗଲ ମୋ ଭିଜାଭିଜା ସ୍ୱପ୍ନେ ରଙ୍ଗ ନେଇ ।। - - - ୪


ତୁମ ଉଜ୍ଜ୍ୱଳ ଦାଗହୀନ ଜୀବନକୁ ମୋ ନାମେ କରି ,

ଅସଂଖ୍ୟ ଶବ୍ଦ ଭଣ୍ଡାରେ ଅଭିପ୍ରେରିତ କରି ,

ତୁମ ପ୍ରେମ ସ୍ୟାହିରେ ମୋ ଜୀବନ କବିତା ଲିଖନ କରି ,

ତୁମ ଧବ ଫରଫର ଜୀବନ ପୃଷ୍ଠାରେ ଆସିଲ ମୋ ଅପବାଦ ଦାଗ ଭରି ।। - - - ୫


ଆସିଗଲ ଝମ ଝମ ପାଉଁଜି ବଜେଇ ,

ରୁଣୁଝୁଣୁ ଚୁଡି ଝଙ୍କାର ଝଙ୍କୃତେ ମୋ ମନ ସଜେଇ ,

ମୁଁ ଯିଏ ଏ ଯାବତ କହି ପାରି ନାହିଁ ଆଜି କୁହଇ ,

ହୃଦୟରେ ତୁମେ ମନରେ ତୁମେ ସେହି ଦିନରୁ ଆଜୀବନ ପାଇଁ ।। - - - ୬



Rate this content
Log in

Similar oriya poem from Romance