STORYMIRROR

Gangotri Priyadarshini

Classics Inspirational Others

3  

Gangotri Priyadarshini

Classics Inspirational Others

ମୁଁ ଉର୍ମିଳା

ମୁଁ ଉର୍ମିଳା

1 min
174


କିବା କୀର୍ତ୍ତି ଅର୍ଥେ ନାରୀ ଜନ୍ମ ମୋର,

କିବା ଚରିତାର୍ଥ ସ୍ବପ୍ନ ମୋ ଏଇ ଜୀବନର...

କୁହହେ ପୁରୁଷ ପୁଙ୍ଗବ ଲକ୍ଷ୍ମଣ????????

ପ୍ରତୀକ୍ଷା ରେ ହତ ମୋ ବେନି ନୟନ...

କି ଥିଲା ତୁମର ଏହା ଅଧିକାର?????

ଚତୁର୍ଦଶବର୍ଷ ନିଦ୍ରା ସତେକିବା ମୋ ପୁରସ୍କାର....

ମନରେ ସାଇତା ଚରମ ସେ ବ୍ୟଥା.....

କିହେବ ପାସୋରି ନୁହଇଁ ଅନ୍ୟଥା....

ଭାତୃପ୍ରେମେ ହେଉ ଅବା ପ୍ରଜା ଅନୁରାଗେ...

ପିତୃପ୍ରତିମଙ୍କ ଆଦେଶ ପାଳନେ,

ଅବା ଆର୍ଯ୍ୟବଂଶ ଗଉରବେ....... ...

ମୁଁ ଉର୍ମିଳା ତୁମ ଅର୍ଦ୍ଧାଙ୍ଗିନୀ......

ତୁମ ବିରହରେ ଦିବସ ରଜନୀ...

ଅନନ୍ତ ନିଦ୍ରାରେ ମୋ ଚକ୍ଷୁ କବଳିତ କଲ

କି ଦୋସେ ମୋହର ଏ ଦଶା ବିହିଲ????

ଚରମ ବାରତା ଲେଖିଦେଲ ସତେ,

ଏ କେଉଁ ଆଶିଷ କେଉଁ ପୁରୁଷଅର୍ଥେ...

ନାରୀର ପ୍ରବୃତ୍ତି ଜାଣଇ ଜଗତି, 

କେବେ ନ ବୁଝିଲା ପୁରୁଷ ପ୍ରକୃତି....

ବିରହୀ ମନ ମୋ କେତେ ଦ୍ୱନ୍ଦ କରେ,

ଅନନ୍ତ ଯାତନା ଯେତେ ଉଙ୍କିମାରେ....

ମୁହୁର୍ତଟେ ହେଜ ହେ ବିଶ୍ୱ ନିୟନ୍ତା,

ନାରୀ ଭାବାବେଗ.......

ପ୍ରେମ ପ୍ରତିଦାନ ସହନଶୀଳତା........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics