STORYMIRROR

Alekha Pasad Moharana

Romance

3  

Alekha Pasad Moharana

Romance

ମୁଁ ତୁମ ପ୍ରଣୟ ସିନ୍ଧୁ---

ମୁଁ ତୁମ ପ୍ରଣୟ ସିନ୍ଧୁ---

1 min
166


ମୋ ମନ ବୀଣାର ତୁମେ ଗୋ ଝଙ୍କାର ମୁଁ ତୁମ ସୁରରେ ବନ୍ଦୀ

ନୟନରେ ମୋର ପ୍ରଣୟ ସମ୍ଭାର ହୃଦୟ ଖୋଜୁଛି ସନ୍ଧି ।

ଅନୁରାଗ ଶେଯେ ସପନ ବିରାଜେ ପ୍ରୀତିର ମୁରୁଜ ବୁଣି

ସୋହାଗରେ ଭିଜା ଅନ୍ତର ଦରଜା ଝୁରି ଝୁରି ପ୍ରଣୟନୀ ।


ମୁଁହିଁ ଅଂଶୁମାନ ପରାଣ ଗଗନେ ବିଛୁରିତ କରେ ଆଭା

ତୁମେ ସଂଜବତୀ ଅଳସୀ ସଂଜର ଦୀପ୍ତିମୟୀ ଇନ୍ଦୁପ୍ରଭା ।

ବିଶ୍ୱାସ ସାଗର ସଦା ନିର୍ବିକାର ତୁମେ ଅଧିରା ତଟିନୀ

ତୁମେ ବେଗମତି ଆଗୋ ଆଶାବତୀ ମିଳନ ଆବେଗେ ପୁଣି।


କୋକନଦ ପ୍ରୀତି ଖୋଜୁଥାଏ ନିତି କାକକୃଷ୍ଣ ବିଭାବରୀ

ଜାମିନୀର ଶେଷେ ତପନ ପରଶେ ଝରେ ପ୍ରେମ ସିକ୍ତ ବାରି।

ମଧୁମାସ ସ୍ମୃତି କାକପୂଷ୍ଟ ଗୀତି ମୋ ଜୀବନ ମିଠା ଶୋଷ

ଜାଣେ ନାହିଁ ପ୍ରିୟା ଥରେ କିମ୍ପା ହିଆ ରହିବକି ଅବସୋସ!!


ନୀଳ ସରସୀର ତୁମେ ଇନ୍ଦିବର ମୁଁହିଁ ଇନ୍ଦୁମତି ଇନ୍ଦୁ

ପିଆସୀ ପରାଣ ଉନ୍ମତ୍ତ ଉଚ୍ଛନ ମୁଁ ତୁମ ପ୍ରଣୟ ସିନ୍ଧୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance