STORYMIRROR

Premasila Raut

Abstract

3  

Premasila Raut

Abstract

ମୁଁ ଟିକି କାଶତଣ୍ଡୀ

ମୁଁ ଟିକି କାଶତଣ୍ଡୀ

1 min
419

ମୁଁ ଟିକି କାଶତଣ୍ଡୀ

ଆଦିଶକ୍ତି ମାତା ତୁମ ଆଗମନେ ହୁଏ ଆରମ୍ଭ ପାର୍ବଣ ପାର୍ବଣ ସାଥିରେ ଆସିଥାଏ ମୁହିଁ ମାଆଙ୍କୁ କରି ଆହ୍ବାନ

ତୁମ ଦରଶନ ଲଭିବା ପାଇଁ କି ଧରାକୁ ଓହ୍ଲାଇ ଆସେ ଚାତକ ପରି ମୁଁ ଚାହିଁ ରହିଥାଏ ଏଇ ଆଶ୍ଵିନ ମାସେ

ମନେ ମୋର କେତେ ଆଶାର ଜୁଆର ଖେଳେ ପବନ ଦୋଳିରେ ତୁମରି ବାଟକୁ ଚାହିଁ ରହିଥାଏ କେତେ ଯେ ହସଖୁସିରେ

ତୁମରି ପରଶ ପାଇବାକୁ ଥରେ ବ୍ୟାକୁଳ ହୁଅଇ ମନ ନିଜକୁ ସଜେଇ ରହିଥାଏ ସତେ ପାଇବାକୁ ଦରଶନ

ନଦୀ ପଠା ଓ ରାସ୍ତା କଡ଼ରେ ଆଉ ଥାଏ ମୁହିଁ ଧାନକ୍ଷେତେ ଦେଖିବି ବୋଲି ମାଁ ଆକୁଳ ହୃଦୟେ ଚାହିଁ ରହିଥାଏ କେତେ

ଆହେ ଦଶଭୁଜା ସିଂହବାହିନୀ ମାଁ ଆଣ ହେ ଖୁସି ବାରତା ତୁମରି ଦର୍ଶନେ ଜଣାଇବି ମୋର ମନର ଦରଦ ବ୍ୟଥା

ଆଶା ଟିଏ ମନେ ଉଙ୍କି ମାରେ ମୋର ପୂର୍ଣ୍ଣ କରିବ ହେ ମାତା କୋଳେଇ ନେଇ ମତେ ଗଭାରେ ଖଞ୍ଜିବ ଝରେଇ ତୁମ ମମତା

ସୁଖ ଦୁଃଖ ସବୁ ଜଣେଇବି ମାତା ଶ୍ରୀ ଚରଣେ କରି ଅଳି ତୁମ ପାଦ ସ୍ପର୍ଶେ ଧନ୍ୟ ହୋଇ ମାତା ଖୁସିରେ ଯିବି ମଉଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract