STORYMIRROR

Titu Sahu

Romance

3  

Titu Sahu

Romance

ମୁଁ ତୋ ଦିୱାନା

ମୁଁ ତୋ ଦିୱାନା

1 min
196


ହଜାରେ ଜହ୍ନର ଜୋଛନା

ତୋ ମୁହଁର ଜୋଛନା ଠୁ ଲାଗେ ଉଣା

ଜହ୍ନ ନଥିଲେ ଯେମିତି ଲାଗେ ରାତି

ତୁ ନଥିଲେ ସାଥି ଲାଗେ ସେମିତି

ଅନ୍ଧାର ମୋ ଦୁନିଆ ତୋ ବିନା

ମୁଁ ତୋ ଦିୱାନା.............।

ହଜାରେ ତାର ଥିଲେ ବି ବୁଝେ ନା ମନ

ଜୀବନରେ ନଥିଲେ ଜହ୍ନ

ଜୀବନରେ ଥିଲେ ଯେତେ ଅନ୍ଧାର

ତୋ ଜୋଛନାରେ ଦିଶେ ସୁନ୍ଦର

ଦେଖେ ତୋତେ ଖୋଲି ମନ ଅଗଣା

ମୁଁ ତୋ ଦିୱାନା................।

ତୁ ଥାଉ ହଜାରେ ତାରା ଗହଣେ

ତୁ ଥାଉ ଆଖିର ହଜାରେ ସପନେ

ସେଥିପାଇଁ ରାତି ଲାଗେ ସୁନ୍ଦର

ସେଥିପାଇଁ ଜୀବନ ଗୀତ ଲାଗେ ମଧୁର

ବାଟ ଚାଲେ ଧରି ତୋରି ନା

ମୁଁ ତୋ ଦିୱାନା..............।

ଦିନଟିଏ ନଦେଖିଲେ ଖୋଜେ

ଭାବେ ଭାଙ୍ଗି ଗଲା ସମ୍ପର୍କ ଏତେ ସହଜେ

ତୁମକୁ ନପାଇ ହୁଏ ବ୍ୟାକୁଳ

ପଚାରେ ନିଜକୁ କୁଆଡେ ଚାଲିଗଲ

ଅନ୍ଧାର ପକ୍ଷ ହେଲେହେ ମନ ମାନେନା

ମୁଁ ତୋ ଦିୱାନା................।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance