STORYMIRROR

Bikesh Sahu

Inspirational

0  

Bikesh Sahu

Inspirational

ମୁଁ ତ ଦୀପଶିଖାଟିଏ

ମୁଁ ତ ଦୀପଶିଖାଟିଏ

1 min
606


ମୁଁ ତ କ୍ଷଣ ଦୀପ୍ତ ଦୀପଶିଖାଟେ

ମିଞ୍ଜି ମିଞ୍ଜି ହୋଇ ଜଳୁଛି

କ୍ଷୁଦ୍ର ଏକ ମାଟି ପାତ୍ରରେ

ତା'ରି ସାଥିରେ ପୁଣି କାଣିଚାଏ ତେଲ

ତା'ରି ଉପରେ ପୁଣି ସଳିତା ଟିଏ

ଦପ ଦପ ହୋଇ ଜଳୁଛି ନିର୍ବିକାର ଭାବରେ..

ମେଞ୍ଚା ମେଞ୍ଚା ଘଞ୍ଚ ଅନ୍ଧକାର ଭିତରେ

ନିର୍ଭୟରେ ମୁଁ ଲଢିଚାଲିଛି

ଅଳ୍ପ ଦିନର ଏଇ ଆୟୁ ଭିତରେ

ଜଳି ଜଳି ଲଢ଼ି ଚାଲିଛି ପ୍ରାଣ ଥିବାଯାଏ

ହାରିବାର ପ୍ରଶ୍ନ ନାହିଁ

ଯେତେ ଝାଡ ଝଞ୍ଜା ଆସୁ ଏଇ ମୋ ଜୀବନେ...

କ୍ଷୁଦ୍ର ଏଇ ମୋ ଜୀବନେ

ଜଳୁଥିବି ଅନ୍ୟପାଇଁ

ଲଢ଼ି ଲଢ଼ି ଅନ୍ଧାର ସାଥିରେ

ଦେଉଥିବି ଆଲୋକର ରଶ୍ମି ଏଇ ସମାଜକୁ

ନିଜେ ଅନ୍ଧାର ଭିତରେ ଜୀଇଁ

ପର ପାଇଁ ସାଜିବି ସାହାରା ଟିଏ

ପର ପାଇଁ ଦିନେ ଲିଭିଯିବି

ସେଇ ଘନ ଅନ୍ଧାର ଭିତରେ......

ନା ଥିବ ମୃତ୍ୟୁର ଅବଶୋଷ ମୋତେ

ନା ବଞ୍ଚିବାର ଖୁସି

ପର ପାଇଁ ତ ମୁଁ ଗଢ଼ା

ପର ପାଇଁ ଦିନେ ଯିବି ମରି

ରହିଯିବ ଶେଷକୁ ସେଇ

ମାଟି ପାତ୍ର ଓ ଅଦ୍ଧଦଗ୍ଧ ସଳିତା

ଯାହାର ତ କିଛି ମୂଲ୍ୟ ନାହିଁ

ବଞ୍ଚିଥିବି କେତେ ଗୁଡିଏ ହୃଦୟ ଭିତରେ

କରିଥିବା କର୍ମ ପାଇଁ

ଭିନ୍ନ ଏକ ରୂପରେ

ଯୁଗ ଯୁଗ ପାଇଁ ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational