STORYMIRROR

DR SAMIR RANJAN BEHERA

Abstract Comedy Inspirational

3  

DR SAMIR RANJAN BEHERA

Abstract Comedy Inspirational

ମୁଁ ସରକାରୀ ଚାକିରୀ କରିଛି

ମୁଁ ସରକାରୀ ଚାକିରୀ କରିଛି

1 min
243

   

      ଆଜି ମୁଁ ସରକାରୀ ଚାକିରୀ ଟେ କରିଛି

      ବାପା ମା ଗର୍ବ ରେ ଫାଟି ପଡୁଛନ୍ତି

      ପୁଅ ମୋର ନ ତାଲା ରେ ଅଫିସର ଅଛି

      ମାସକୁ ପଚାଶ ଉପରେ ଦରମା ପାଉଛି

      ଗାଁ ଵାଲା କହୁଛନ୍ତି ଖାଲି ପଚାଶ କଣ

      ଆଉ ପଚାଶ ପରା ଉପୁରି ହେଉଛି ll

      ମୁଁ ଏଠି କିନ୍ତୁ କ୍ଲର୍କ ଚାକିରୀ କରିଛି

      କୋଡିଏ ହଜାର ଦରମା ପାଉଛି

      ସେଇଟା ପୁଣି ସରକାରୀ ହିସାବ ରେ ଆସୁଛି

      ଘର ଭଡା ପାଞ୍ଚ ପଳାଉଛି

      ଛୁଆ ସ୍କୁଲ ଫି ଆଉ ଇନ୍ସୁରାନ୍ସ ପାଞ୍ଚ ପଳାଉଛି

      ଇ ଏମ ଆଇ ପାଞ୍ଚ ସୁଝୁଛି

      କଷ୍ଟରେ ଆଉ ପାଞ୍ଚ ରେ ଘର ଚଳଉଛି

      ସେଇଥିରେ ସ୍ତ୍ରୀ ଗୋଡ କଛାଡୁଛି

      ମୋର ଏଟା ଦରକାର

      ସେଟା ଦରକାର

      ବାପ ଘରକୁ ଯିବି ଟଙ୍କା ଦରକାର ll

      ମୋର ଏଣେ ମୁଣ୍ଡ ଚନ୍ଧା ହେଇଯାଉଛି

      ଭୁବନେଶ୍ୱର ରେ ଚଳିବା କଷ୍ଟ ହେଇଯାଉଛି

      ପରିବାର ଅଭିଳାଷ ବଢିବାରେ ଲାଗୁଛି

      ମୁଁ ଏଣେ ଆଳୁଭଜା ରୁଟି ଖାଇ ରହୁଛି

      ପଇସା ଅଭାବ ରୁ କେବେ ପାଞ୍ଚ ଵାଲା

      ଡାଲମା ଭାତ ଖାଉଛି

      ପୁତୁରା ଝିଆରୀ ମୋର ଆସିଲେ

      ଚିକେନ ମଟନ ଖୋଜୁଛନ୍ତି

      କାରଣ ମୋ ଦାଦା ଭୁବନେଶ୍ୱର ରେ

      ନ ତାଲା ରେ ଚାକିରି କରିଛନ୍ତି ll

   

       ମୋ ହୃଦୟ ଅନ୍ତର୍ଦ୍ଧନ କଥା କେ ବୁଝୁଛି

       ଯିଏ ଯାହା ପାରୁଛି କହିଯାଉଛି

       ମୁଁ କଣ ମୁଁ ଜାଣିଛି

       କାହାର ଆଶା ପୂରଣ କରିପାରୁନି ବୋଲି

       ସମସ୍ତ ଙ୍କ ଆଗେ ଖରପ ହେଇଯାଉଛି

       ଆରେ ଭାଇ ନ ତାଲା ରେ ମୁଁ କେଉଁ

       ଅଫିସର ଅଫିସର ନୁହଁ

       ଆଜ୍ଞା  ବିଶ୍ୱାସୀ କ୍ଳର୍କ ଟେ ଅଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract