STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ମୁଁ ସର୍ବାଧିକ

ମୁଁ ସର୍ବାଧିକ

1 min
11.6K


ମୁଁ ମାନେ ମ୍ଯାକ୍ସିମମ୍

ସର୍ବତ୍ର ବିସ୍ତୃତ, ସର୍ବଦା, ସମସ୍ତଙ୍କ ପାଇଁ 

ବାଡ ବତା ନାହିଁ, ସୀମା ସରହଦ ନାହିଁ ।

ମ୍ଯାକ୍ସିମମ୍ ଖୁସି, ମ୍ଯାକ୍ସିମମ୍ ସୁଖ 

ମ୍ଯାକ୍ସିମମ୍ ଆନନ୍ଦର ଅଧିକାରୀ 

ଶକ୍ତିର ଅସରନ୍ତି ସ୍ରୋତ

ଏଣୁ ସାହସର ଅକ୍ଷୟ ଉତ୍ସ।

ମୁଁ ମହାଦାନୀ, ମୁଁ କଳ୍ପବୃକ୍ଷ, ମୁଁ କାମଧେନୁ

ମୁଁ ଆଲ୍ଲାଦିନର ଚିରାଗ।

ମୁଁ ଦିଏ ମ୍ଯାକ୍ସିମମ୍

ଏଥିପାଇଁ ପାଏ ବି ମ୍ଯାକ୍ସିମମ୍। 

ମୁଁ ବୁନ୍ଦାଟିଏ ବର୍ଷାର 

ସ୍ରଷ୍ଟା ମୋର ନୀଳ ସାଗର

ସୂର୍ଯ୍ୟ ମୋର ସାଥି ଏବଂ 

ଗଗନ ମୋ କ୍ରିଡା ପ୍ରାନ୍ତର।

ଭୂମିରୁ ଭୂମା ଓ ଶଶୀରୁ ସାଗର,

ସବୁ ଅନ୍ତର ଅନ୍ତ କରିବାର ଚେଷ୍ଟା କରୁକରୁ 

ମୁଁ ଦିନେ ମିଶିଯିବି ଅନନ୍ତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract