STORYMIRROR

Pranati prabha Rout

Classics

3  

Pranati prabha Rout

Classics

ମୁଁ ଶ୍ରୀକ୍ଷେତ୍ର କହୁଛି

ମୁଁ ଶ୍ରୀକ୍ଷେତ୍ର କହୁଛି

2 mins
244


ମୁଁ ଶ୍ରୀକ୍ଷେତ୍ର,,,,

ପୁରୁଷୋତ୍ତମ କ୍ଷେତ୍ର,,,,

ଶଙ୍ଖକ୍ଷେତ୍ର,,,,,ଶଙ୍ଖନାଭିମଣ୍ଡଳ,,,

ହିନ୍ଦୁଜାତିର ପବିତ୍ର ଚାରିଧାମ ମଧ୍ୟରେ

ମୁଁ ଶ୍ରେଷ୍ଠଧାମ ,,,,,ମର୍ତ୍ତ୍ୟ ବୈକୁଣ୍ଠ,,,,

ସମଗ୍ର ବିଶ୍ୱର ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳୀ,,,,

ଓଡ଼ିଆ ଜାତିର ଗର୍ବ ଏବଂଗୌରବ

ପବିତ୍ର ତୀର୍ଥରାଜ ମହୋଦଧିଙ୍କର ବେଳାସଲଗ୍ନ ମୁଁ

କ୍ଷେତ୍ରରାଜ ପୁରୁଷୋତ୍ତମ,,,,

ଦଶଯୋଜନ ବିସ୍ତୃତ ପଞ୍ଚଯୋଜନ ଆୟତନ

ମୋ କ୍ଷେତ୍ରର ବିସ୍ତିର୍ଣ୍ଣତା,,, ଦକ୍ଷିଣବର୍ତ୍ତୀ ଶଙ୍ଖର ଆକୃତି

ହୋଇଥିବାରୁ ମୁଁ ଶଙ୍ଖକ୍ଷେତ୍ର ନାମକୁ ମଧ୍ୟ ବହନ କରେ,,,

ମୋ କ୍ଷେତ୍ରରେ ପଞ୍ଚ ତୀର୍ଥ, ପଞ୍ଚବଟ, ପଞ୍ଚୁପାଣ୍ଡଵ,

ସପ୍ତ ମାତୃକା,ଅଷ୍ଟ ଚଣ୍ଡୀ,ଅଷ୍ଟ ଶମ୍ଭୁ, ଅଷ୍ଟ ମହାବୀର, ଅଜସ୍ର ମଠ, ମନ୍ଦିର ଆଦି ପବିତ୍ର ଆଧ୍ୟାତ୍ମିକ ଶକ୍ତି ମୋ କ୍ଷେତ୍ରର ପାବନତାକୁ ଆହୁରି ଅଧିକରୁ ଅଧିକ ଉର୍ଦ୍ଧ୍ଵତର କରାଇଥାନ୍ତି,,,

ବହୁ ଭକ୍ତ,ମନୀଷୀ, ତପସ୍ବୀ, ଯୋଗୀ, ଧର୍ମପ୍ରଚାରକ, ଦାର୍ଶନିକ

ମୋ ଭୂମିରେ ପାଦଥାପି ଭାବ ବିହ୍ଵଳିତ ହୋଇ ମୋ ଠାରେ ନିଜର ସମ୍ପୂର୍ଣ୍ଣ ଅସ୍ତିତ୍ୱ ହରାଇ ବସିଛନ୍ତି,,,,

ଅକଳନ ଅନୁଭୂତି ଏହି ତୀର୍ଥରେ ଅଗଣିତ ଭକ୍ତର,,,,

ଅଖିଳ ବ୍ରହ୍ମାଣ୍ଡର ଅଧିଶ୍ୱର, ପରଂବ୍ରହ୍ମ ପୁରୁଷୋତ୍ତମ,ଲୀଳାମୟ ପୁରୁଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତି ପାଇଁ ହିଁ

 ମୁଁ ଗାରିମାମୟ, ଅମୃତମୟ, ସାଜୁଯ୍ୟମୟ,,,,

ତା'ପାଇଁ ସ୍ୱର୍ଗର ଦେବତାମାନେ ମଧ୍ୟ ସର୍ବଦା ମୋ' ଠାରେ

ଚଳଚଞ୍ଚଳ ,,,,

ମୋ ମାଟି ଗୋଡି ତମାମ ଜଗନ୍ନାଥମୟ,,,,,

ଅହରହ ତାଙ୍କର ଲୀଳା, ଖେଳା, ମେଳା, ଯାନିଯାତ୍ରାରେ

ମୋ ଭୂମି ସଦା ଚଳଚଞ୍ଚଳ,ନିତ୍ୟ ରାସସ୍ଥଳ,,,,

ତାର ଦିବ୍ୟପରସରେ ତମାମ ପୁରୁଷୋତ୍ତମ କ୍ଷେତ୍ର

 ପରମ ପାବନ,ପୁଣ୍ୟମୟ,,,,,

ସମସ୍ତ ଆଧ୍ୟାତ୍ମିକା ଅଭିପ୍ସାର ଉତ୍ତର ଏଇ ମୋ ପାବନ

ପୁରୁଷୋତ୍ତମ କ୍ଷେତ୍ର,,,,

ଯିଏ ଯେତେ ମହାପାତକୀ ହେଉପଛେ

ମୋ ପୂଣ୍ୟ ଧାମରେ ଥରେ ପାଦ ଥାପିଦେଲେ

ବୈକୁଣ୍ଠ ଯିବାକୁ ଅଜ୍ଞାମାଳ ପାଇଯାଏ !!

ମୋ କ୍ଷେତ୍ରରେ ଭକ୍ତ ଶୋଇଲେ ସାଷ୍ଟାଙ୍ଗ,

ପଖାଳତୋରାଣୀ ପାଦୁକ ଆଉ ତୁଳସୀପତ୍ରଟିଏ

ମହାନିର୍ମାଲ୍ୟ,,,,,,

ମୋ କ୍ଷେତ୍ର ଜ୍ୟେଷ୍ଠକୁ ସମ୍ମାନ ଦିଆ ଶିଖାଏ, କନିଷ୍ଠକୁ ସ୍ନେହ,,,

ପତ୍ନୀକୁ ପ୍ରେମ କରିବା ଶିଖାଏ, ମା'କୁ ମର୍ଯ୍ୟାଦା,,,,

ଏଠାରେ ବିନ୍ଦୁଟିଏ ସିନ୍ଧୁର ମର୍ଯ୍ୟାଦା ପ୍ରାପ୍ତି କରିଥାଏ,,,

ମୋ କ୍ଷେତ୍ରର ତୁଳସୀ ଚନ୍ଦନ ମହକ

ଚନ୍ଦ୍ରଭାଗାଠାରୁ ଚିଲିକା ପର୍ଯ୍ୟନ୍ତ ସୁରଭିମୟ,,,,

ମୋ ସଂସ୍କୃତି ପୃଥିବୀର ପ୍ରାଚୀନତମ ସଂସ୍କୃତି

ଅପୂର୍ଵ ମୋ କ୍ଷେତ୍ର,,,,,

ମୁଁ କ୍ଷେତ୍ର ଆଉ ମୋର କ୍ଷେତ୍ରାଧିପତି ଆମ୍ଭେ ଉଭୟେ ରାଜା,,,

 ମୋ ଠାକୁର ବଡ଼ ଠାକୁର

ମୋ ସେବକ ବଡ଼ ସେବକ 

ମୋ ଦାଣ୍ଡ ବଡ଼ ଦାଣ୍ଡ,ଯାହାର ପ୍ରଶସ୍ତ ଛାତିରେ ପାଦ ରଖିଲେ

ତାର ସ୍ଵର୍ଣ୍ଣ|ଭ ରେଣୁ କଣିକା ଆତ୍ମାରେ ଅପୂର୍ବ ଆହ୍ଲାଦ,ଶିହରଣ ଓ ଆଲୋଡନ ସୃଷ୍ଟି କରେ,,,,,

ମୋ ପୀଠରେ ବିଶ୍ୱର ସର୍ବବୃହତ ଜନ କଲ୍ୟାଣକାରୀ

ଯାତ୍ରା ହେଲା ରଥଯାତ୍ରା,,,,

ମୋ ମନ୍ଦିର,,,,

ମୋ ନାଭିସ୍ଥଳରେ ଅବସ୍ଥିତ ଶ୍ରୀବତ୍ସଖଣ୍ଡଶାଳ ଶ୍ରୀମନ୍ଦିର

ସମଗ୍ର ବିଶ୍ୱର ଧେୟ, ଶ୍ରେୟ, ନମସ୍ୟ 

ଶ୍ରୀ 'ରେ ମଣ୍ଡିତ ଯାହାର ଆଭା, ଐଶ୍ଚର୍ଯ୍ୟ, ମାଧୁର୍ଯ୍ୟ

ସବୁରି ଉର୍ଦ୍ଧ୍ୱରେ ମୋ କ୍ଷେତ୍ର|ଧିପତିଙ୍କ ମହାପ୍ରସାଦର

ମହକ,ମହତ୍ତ୍ୱ ଆଉ ମହିମା,,,,,,

ଯେଉଁଥିରେ ବର୍ଣ୍ଣ ବିଚାର ନାହିଁ, ଉଚ୍ଚିଷ୍ଟ ବିଚାର ନାହିଁ

କି ଶୌଚାଶୌଚ ବିଚାର ନାହିଁ,,,

ଅଛି ଆଚଣ୍ଡାଳ ବ୍ରାହ୍ମଣ ଏକତ୍ର ଭୋଜନ କରିବାର,,,,

 ଶ୍ରୀ' ଯୁକ୍ତ ପାଇଁ ମୋ କ୍ଷେତ୍ରରେ କେହି ଅଭୁକ୍ତ ରୁହନ୍ତିନି,,,,

ମୋ ଦେବତା ସମଗ୍ର ବିଶ୍ୱର ବିସ୍ମୟ ଦେବତା,,,

ଆଦି ଶବରସେବିତ ବନ ଦେବତା,,,,

 ଇନ୍ଦ୍ରନୀଳମଣି ନିର୍ମିତ ନୀଳମାଧବ,,,,

 ଶ୍ରୀକୃଷ୍ଣଙ୍କର ଅଦାହ୍ୟ ନାଭିମଣ୍ଡଳ,,,,

ଶ୍ରୀମନ୍ଦିରରେ ଲକ୍ଷେ ଶାଳଗ୍ରାମ ଉପରେ ରତ୍ନ ସିଂହାସନ ଆରୁଢ଼

ଚତୁର୍ଦ୍ଧାମୁରତୀ ଦାରୁବ୍ରହ୍ମ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ରୂପେ ଅଧିଷ୍ଠିତ ଦାରୁ ଦେବତା,,,,,

ପ୍ରଳୟ ଆସିଲେ ମଧ୍ୟ ମୋ କ୍ଷେତ୍ରଠାରୁ ପାଦେ ଘୁଞ୍ଚିବେ ନାହିଁ

ବୋଲି କଥାଦେଇଛନ୍ତି ମୋ ଦେବତା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ

ତାଙ୍କୁ କୋଳରେ ଧରି ମୁଁ ଯୁଗକୁ ଯୁଗ ଧନ୍ୟ,,,,

ଅପୂର୍ବ ପ୍ରଶାନ୍ତିରେ ପୁଲ୍ଳକିତ,,,,

ଆହା କାହିଁ ମୋ କେତେ କୋଟି,କୋଟି,କୋଟି,,,,

କୋଟି ଜନ୍ମ ତପସ୍ୟାର ଫଳ,,,,


             ଜୟ ଜଗନ୍ନାଥ 


Rate this content
Log in

Similar oriya poem from Classics