STORYMIRROR

baishnaba meher

Abstract

3  

baishnaba meher

Abstract

ମୁଁ ଶିଶୁ

ମୁଁ ଶିଶୁ

1 min
12.2K

ମୋ ମନର କଥା କିଏ ଅବା ବୁଝିବ,

ମୁଁ କହି ପାରେନା,

ମୋ ପେଟର କଥା କହିବି କାହା ଆଗେ,

ମୁଁ ବୁଝି ପାରେନା ।

ବେସି ରାତି ହୋଇଗଲେ ନିଝୁମ ନିଦ ଆସେ,

ମୁଁ ଶୋଇ ପାରେନା,

ବେସି ଭୋକ ଲାଗୁଥାଏ କେହି ଖୁଆଇ ନଦେଲେ,

ମୁଁ ଖାଇ ପାରେନା ।

ଜନମ ହେଲା ଦିନ ସମସ୍ତଙ୍କ ପୁଅ ସପନ,

ମୁଁ ଜାଣି ପାରେନା,

ଝିଅ ନଥିଲେ କଣ ସଂସାର ଆଉ ବଢିବ,

ମୁଁ ଭାବି ପାରେନା ।

ମୁଁ କଣ ଭାବେ କାହାର କିଛି ଯାଏନି,

ମୁଁ ଜଣେଇ ପାରେନା,

ବେଳେ ବେଳେ ରାଗିଯାଏ ସମସ୍ତଙ୍କ ଆଖି ଆଗରେ,

ମୁଁ ଚିଲ୍ଲେଇ ପାରେନା ।

କେବେ ପରିଶ୍ରା କରିଦିଏ କେବେ ମଳ ଫେଡିଦିଏ,

ମୁଁ ଡାକି ପାରେନା,

ଶିଶୁ ଭାବି ମୋତେ ନକର କେବେ ହତାଦର,

ମୁଁ କହି ପାରେନା ।


Rate this content
Log in

Similar oriya poem from Abstract