STORYMIRROR

Kshyama sagar Prusty

Inspirational Children

3  

Kshyama sagar Prusty

Inspirational Children

ମୁଁ ଶିଶୁ କନ୍ୟାଟିଏ

ମୁଁ ଶିଶୁ କନ୍ୟାଟିଏ

1 min
195


ମୁଁ ଜାଣିନି ମୋ ଜନ୍ମଦାତ୍ରୀ କିଏ..?

ଏହି ଆବର୍ଜନା ପାତ୍ରରେ

ମତେ ଫିଙ୍ଗିଛି କିଏ..?

ମୁଁ ଅବୋଧ ନବଜାତ ଶିଶୁ କନ୍ୟାଟିଏ l

ମୁଁ ଜାଣିନି ମୋର ମା ବାପା କିଏ..?

ଯାହା ପାଇଁ ମୁଁ କନ୍ୟା ବୋଝଟିଏ l

କେବେ ଆବର୍ଜନା ପାତ୍ରରେ ତ କେବେ

ପୁଣି ନାଳ ନର୍ଦ୍ଧମାରେ ପଡି ରହିଥାଏ l

ମୁଁ ଅବୋଧ ନବଜାତ ଶିଶୁ କନ୍ୟାଟିଏ ll


ମୁଁ ଜାଣିନି ମତେ ଉଦ୍ଧାର କରିଛି କିଏ..?

ଯାହା ପାଇଁ ମୁଁ କନ୍ୟାରତ୍ନ ଟିଏ l

ମୁଁ ଜାଣିନି ମତେ ମଣିଷ କରିଛି କିଏ..?

ଯାହା ପାଇଁ ଏ ସମାଜରେ ମୁଁ 

ମଥାଟେକି ବାଟ ଚାଲୁଥାଏ l

ମୁଁ ଅବୋଧ ନବଜାତ ଶିଶୁ କନ୍ୟାଟିଏ ll


ନିଜର ଏଠି ବୋଝଭାବି

ନିଜଠୁ ଦୂରେ ଫିଙ୍ଗିଦିଏ l

ପରଏଠି ଆପଣାର କରି

କୋଳକୁ କୋଳେଇନିଏ ll


ମୁଁ ଆଜି ଭାରତ ସୀମାର ସୈନ୍ୟଟିଏ

ମୋ ମାଟି ମା କୁ ସୁରକ୍ଷା ଦିଏ l

ମୁଁ ସେଇ ଅବୋଧ ନବଜାତ

ଶିଶୁ କନ୍ୟାଟିଏ l

ମୁଁ ସେଇ ଅବୋଧ ନବଜାତ

ଶିଶୁ କନ୍ୟାଟିଏ ll


Rate this content
Log in

Similar oriya poem from Inspirational