STORYMIRROR

Rashmiranjan Rout

Abstract

3  

Rashmiranjan Rout

Abstract

ମୁଁ ସହିପାରେ

ମୁଁ ସହିପାରେ

1 min
240

ଆବର୍ତ୍ତମନ ଇତିହାସ କହେ

ମୁଁ କାଳେ ଅପରୂପ ଯୌବନା ଥିଲି

ସବୁଜିମା ଅବୟବ ମୋର

ନୀଳ ନିର୍ଝରଣୀ ପଙ୍କଜ ଉଦର

ପୁଷ୍ପିତ ଗୋଲାପି ଅଧର

ଆଉ

ପ୍ରେମ ପ୍ରଣୟର ମଧୁଝରା ବରଷା ରାଗିଣୀ


ସୁଦୂର ଗଗନେ ଆଖି ଠାରେ

ସେ ସନ୍ଧ୍ୟା ତାରା

ମୋତେ କାଳେ ଭଲପାଏ ବୋଲି

ମୁଁ ବି ହଁ ଭରିଥିଲି

ତା ଚିକିମିକି ଯୌବନକୁ ଦେଖି

ଏବେ

ବ୍ୟବଧାନ ବଢ଼ିଯାଇଛି

ଧୂସର ପ୍ରଲେପ କିଏ ଯେ କେଜାଣି

ବହଳ ମୋଟାରେ ଲଗେଇ ଦେଇଛି


ଉଡା ଖବରରୁ ଶୁଣିଲି

ମୁଁ କାଳେ ସଂକ୍ରମିତ ବ୍ୟାଧି ଗ୍ରସ୍ତ

ହେ ପ୍ରିୟତମ

ଦୂରରୁ ଥାଇ ଥରଟିଏ ଦେଖା ଦିଅ

ଏ ବିଚଳିତ ମନ ତୁମ ଅପେକ୍ଷାରେ

ସଂକ୍ରମଣ ଅବରୋଧ ପାଇଁ

ତୁଣ୍ଡି ବାନ୍ଧି ଅପେକ୍ଷା କରିଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract