ମୁଁ ସହିପାରେ
ମୁଁ ସହିପାରେ
ଆବର୍ତ୍ତମନ ଇତିହାସ କହେ
ମୁଁ କାଳେ ଅପରୂପ ଯୌବନା ଥିଲି
ସବୁଜିମା ଅବୟବ ମୋର
ନୀଳ ନିର୍ଝରଣୀ ପଙ୍କଜ ଉଦର
ପୁଷ୍ପିତ ଗୋଲାପି ଅଧର
ଆଉ
ପ୍ରେମ ପ୍ରଣୟର ମଧୁଝରା ବରଷା ରାଗିଣୀ
ସୁଦୂର ଗଗନେ ଆଖି ଠାରେ
ସେ ସନ୍ଧ୍ୟା ତାରା
ମୋତେ କାଳେ ଭଲପାଏ ବୋଲି
ମୁଁ ବି ହଁ ଭରିଥିଲି
ତା ଚିକିମିକି ଯୌବନକୁ ଦେଖି
ଏବେ
ବ୍ୟବଧାନ ବଢ଼ିଯାଇଛି
ଧୂସର ପ୍ରଲେପ କିଏ ଯେ କେଜାଣି
ବହଳ ମୋଟାରେ ଲଗେଇ ଦେଇଛି
ଉଡା ଖବରରୁ ଶୁଣିଲି
ମୁଁ କାଳେ ସଂକ୍ରମିତ ବ୍ୟାଧି ଗ୍ରସ୍ତ
ହେ ପ୍ରିୟତମ
ଦୂରରୁ ଥାଇ ଥରଟିଏ ଦେଖା ଦିଅ
ଏ ବିଚଳିତ ମନ ତୁମ ଅପେକ୍ଷାରେ
ସଂକ୍ରମଣ ଅବରୋଧ ପାଇଁ
ତୁଣ୍ଡି ବାନ୍ଧି ଅପେକ୍ଷା କରିଛି।।
