ଗୃହବନ୍ଦୀ
ଗୃହବନ୍ଦୀ
1 min
2.9K
ଆମେ ଦୁହେଁ ବର୍ଷ ତମାମ
ପରସ୍ପର ଠାରୁ ଅଲଗା
ତଥାପି ଅନେକ ଯୋଜନ ଠାରେ
ତୁମ ହୃଦ ସ୍ପନ୍ଦନ ଶୁଣି ପାରେ l
ଏ ଅସମୟର ଉପାନ୍ତରେ
ସୁଯୋଗ ଉଣ୍ଡୁ ଥିବା ମନ
କେହି ଯେମିତି ବୁଝି ଗଲା
ତୁମେ ଆଉ ମୁଁ ଗୃହବନ୍ଦୀ
ସକାଳୁ ସଂଜ ତୁମ ପାଶେ
ତମାମ୍ ଅଝଟର ଯବନିକା l
ତୁମେ କଣ କହିବ କି
ମୁଁ ସଂକ୍ରମିତ ବୋଲି ଜାଣି ଶୁଣି
ତୁମେ ଆଲିଙ୍ଗନ କଲ
ସଂକ୍ରମିତ ହେଲ l
ଭଲ ଥିଲା ସେ ଅମାପ ଅନ୍ଵେଷଣ
ଭାବି ଭାବି ଅବଶୋଷ କରେ
ସମୟ ଚକକୁ ଫେରାଇ ପାରନ୍ତିକି
ଆଉଥରେ ଫେରାଇ ଆଣନ୍ତି
ତୁମ ଆଉ ମୋ ମଧ୍ୟେ ବ୍ୟବଧାନ।।
