ତୁମେ ଗଲାପରେ
ତୁମେ ଗଲାପରେ
ତୁମେ ଗଲା ପରେ
ଅସଜଡା ଅସାଇତା
ଏଣେ ତେଣେ କୋଠରୀର ଆସବାସ ପତ୍ର ।
ତୁମେ ଗଲନି ଯେ, ତୁମସାଥେ
ଚାଲିଗଲା ଶ୍ରାବଣର
ଅସରାଏ ବରଷା ।
ତନୁ ମନକୁ ଭିଜାଇ ଥିବା
ତୁମ ପ୍ରେମ ରାଗିଣୀ
ଏବେ ଆଉ ଶୁଭୂନି
ତୁମ ଯିବା ସହ
ଅପେକ୍ଷାର ସୁଦୂର ବଳୟ
ରଂଗ ବିହୀନ ହୋଇ ପଡିଛି
ତୁମ ସହ ପ୍ରତିଟି ମୁହୂର୍ତ୍ତ
ଜୀବନର ଅଲିଭା ପୃଷ୍ଠାରେ
ରହିଅଛି ସାଇତା ହୋଇ
ତୁମ ଫେରିବାର ବାଟକୁ
ଚାତକ ନୟନେ ଅପେକ୍ଷା କରିଛି
କେବେ ପୁଣି ଆସିବ ଶ୍ରାବଣ
ଭିଜାଇବ ତନୁ ମନ
ଉଲ୍ଲସିତ ହୋଇ ଉଠିବ
ଝାଉଁଳି ପଡିଥିବା ହୃଦୟ ଓ ମନ ।।
