STORYMIRROR

Rashmiranjan Rout

Tragedy

2  

Rashmiranjan Rout

Tragedy

ତୁମେ ଗଲାପରେ

ତୁମେ ଗଲାପରେ

1 min
393


ତୁମେ ଗଲା ପରେ

ଅସଜଡା ଅସାଇତା

ଏଣେ ତେଣେ କୋଠରୀର ଆସବାସ ପତ୍ର ।


ତୁମେ ଗଲନି ଯେ, ତୁମସାଥେ

ଚାଲିଗଲା ଶ୍ରାବଣର

ଅସରାଏ ବରଷା ।


ତନୁ ମନକୁ ଭିଜାଇ ଥିବା

ତୁମ ପ୍ରେମ ରାଗିଣୀ

ଏବେ ଆଉ ଶୁଭୂନି


ତୁମ ଯିବା ସହ

ଅପେକ୍ଷାର ସୁଦୂର ବଳୟ

ରଂଗ ବିହୀନ ହୋଇ ପଡିଛି


ତୁମ ସହ ପ୍ରତିଟି ମୁହୂର୍ତ୍ତ

ଜୀବନର ଅଲିଭା ପୃଷ୍ଠାରେ

ରହିଅଛି ସାଇତା ହୋଇ


ତୁମ ଫେରିବାର ବାଟକୁ

ଚାତକ ନୟନେ ଅପେକ୍ଷା କରିଛି

କେବେ ପୁଣି ଆସିବ ଶ୍ରାବଣ

ଭିଜାଇବ ତନୁ ମନ

ଉଲ୍ଲସିତ ହୋଇ ଉଠିବ

ଝାଉଁଳି ପଡିଥିବା ହୃଦୟ ଓ ମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy