ସଂକ୍ରମିତ ହୃଦୟ
ସଂକ୍ରମିତ ହୃଦୟ
ତୁମେ ଯେବେ ମୋ ହୃଦୟ ମାଗି ଥିଲ
ମୁଁ ସଂକ୍ରମିତ ବୋଲି ଜାଣି ନଥିଲ
ଗତକାଲି ବାହୁ ବନ୍ଧନରେ ରଜନୀ
ଆଲିଙ୍ଗନ ଭରା ସ୍ପନ୍ଦନ ଆବଦ୍ଧ
କିଏ ଜାଣିଥିଲା ରାତିକ ଭିତରେ
ଅପସରି ଯିବ ବଣମଲ୍ଲୀ ମହକ
ଅସ୍ପୃଶ୍ୟ ପାଲଟିବା ପରସ୍ପର ସହ ସଜନୀ
ଗୃହବନ୍ଦୀ ସାଜି ବାତାୟନ ପାଶେ
ଅପେକ୍ଷା କରିଛି ତମ ଆଗମନ
ଫେରି ଆସିବ କି ପୂର୍ବ ସେଇଦିନ
ସଂକ୍ରମିତ ଗୁଜବ ଏ ସହରେ
ଆମେ ଦୁହେଁ କଫି ପିଉଥିବା
ତୁମେ ସେଠି ମାଗି ନେବ ହୃଦୟ
ଆଉଥରେ, ଆଉଥରେ । ।

