STORYMIRROR

Rashmiranjan Rout

Romance

3  

Rashmiranjan Rout

Romance

ସଂକ୍ରମିତ ହୃଦୟ

ସଂକ୍ରମିତ ହୃଦୟ

1 min
11.7K

ତୁମେ ଯେବେ ମୋ ହୃଦୟ ମାଗି ଥିଲ

ମୁଁ ସଂକ୍ରମିତ ବୋଲି ଜାଣି ନଥିଲ


ଗତକାଲି ବାହୁ ବନ୍ଧନରେ ରଜନୀ

ଆଲିଙ୍ଗନ ଭରା ସ୍ପନ୍ଦନ ଆବଦ୍ଧ

କିଏ ଜାଣିଥିଲା ରାତିକ ଭିତରେ

ଅପସରି ଯିବ ବଣମଲ୍ଲୀ ମହକ

ଅସ୍ପୃଶ୍ୟ ପାଲଟିବା ପରସ୍ପର ସହ ସଜନୀ


ଗୃହବନ୍ଦୀ ସାଜି ବାତାୟନ ପାଶେ

ଅପେକ୍ଷା କରିଛି ତମ ଆଗମନ

ଫେରି ଆସିବ କି ପୂର୍ବ ସେଇଦିନ

ସଂକ୍ରମିତ ଗୁଜବ ଏ ସହରେ

ଆମେ ଦୁହେଁ କଫି ପିଉଥିବା

ତୁମେ ସେଠି ମାଗି ନେବ ହୃଦୟ

ଆଉଥରେ, ଆଉଥରେ । ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance