STORYMIRROR

Rashmiranjan Rout

Tragedy

5.0  

Rashmiranjan Rout

Tragedy

ତୁମ ପାଇଁ

ତୁମ ପାଇଁ

1 min
278



ଅନେକ ଦିନ ହେଲାଣି

ତୁମ ଆଉ ମୋ ଭିତରେ ବ୍ୟବଧାନ

ଏଣେ ତେଣେ ପଡି ରହିଛି

ଏବେବି ତୁମ ଲମ୍ବା କେଶ

ଏଯାବତ୍ ଅନେକ ଥର

ସଫା ହୋଇଛି କୋଠରୀ ମୋର ।


ସନ୍ଦେହୀ ନୟନ ସବୁ

ପ୍ରଶ୍ନ ପଚାରନ୍ତି

ଠରା ଠରି ହୁଅନ୍ତି

ପଛରେ ମୋର ।


ସତ ଠାରୁ ଅନତି ଦୂରରେ

ସନ୍ଦେହ ଘେରରେ

ଖୋଜି ବୁଲେ

ହୃଦୟ ମୋ

ତୁମ ପ୍ରତିଛବି

ତୁମର ପ୍ରେମିକ ସାଜି ।


କାହିଁକି କେଜାଣି

ତୁମ ବିରୁଦ୍ଧରେ

ଶବ୍ଦ ସବୁ

ତିକ୍ଷଣ କଣ୍ଟା ପରି

ଫୋଡି ହୋଇ ଯାଆନ୍ତି

ଅସ୍ତବ୍ୟସ୍ତ କରି ଦିଅନ୍ତି ।


ଫେରି ଆସ

ହୃଦୟ ବଖରାକୁ

ସନ୍ଦେହୀ ଆଖିର

ଠାର ବନ୍ଦ କରିବାକୁ

ଅସଜଡା ଏ ମନକୁ

ସଜାଡି ଦେବାକୁ ।।





Rate this content
Log in

Similar oriya poem from Tragedy