STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ମୁଁ'ର ଅସ୍ତିତ୍ଵ

ମୁଁ'ର ଅସ୍ତିତ୍ଵ

1 min
458

ମୁଁ ମୋର ଅସ୍ତିତ୍ଵ ଖୋଜୁ ଖୋଜୁ

ଅଣନିଃଶ୍ଵାସୀ ହୋଇ ପଡିଲି ସିନା

ପାଇଲିନି ନିଜ ଭିତରେ

ପାଦ ମୋର ଥକି ଗଲା

ମନ ମୋର ଦିଗହରା ହୋଇ ପଡିଲା 

ଠିକ୍ ସେଇ ନାଉରୀ ବିନା ନଉକା ପରି

ତଥାପି ଅଙ୍ଗୀକାରବଦ୍ଧ ଏ ମନ କଣ ମାନୁଛି

ସେ ଗନ୍ତବ୍ୟ ପଥରେ ଆଗକୁ ଧାବମାନ

ସଫଳତାର ଭାବାବେଗ ନେଇ

ପାଇଲି ଶେଷରେ ମୋର ଅସ୍ତିତ୍ଵ

ଖିନ୍ ଭିନ୍ ହୋଇ ସମାନ ଭାଗରେ

ସେ ବାଣ୍ଟି ହୋଇ ଯାଇଛି ଆଉ କାହା ପାଖରେ

କେଉଁଠି କର୍ତ୍ତବ୍ୟର ଶକ୍ତ ରଜ୍ଜୁରେ

କେଉଁଠି ଦାୟିତ୍ଵର ପରିବେଷ୍ଟନୀରେ

ଆଉ କେଉଁଠି ଅନାବିଳ ପ୍ରେମ ଡୋରିରେ

ହୁଏତ ମୁଁ'ର ଅସ୍ତିତ୍ୱ ମତେ ମିଳିଲା

କିନ୍ତୁ ଆଉ କିଛି ଅସ୍ତିତ୍ଵକୁ ପାଥେୟ କରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract