STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
211

  ମୋ ଭାଷା ଓଡ଼ିଆ

    ମୋ ଜାତି ଓଡିଆ

   ମୋ ମାଟି, ପାଣି, ପବନ

   ସଭିଏଁ କୁହନ୍ତି ଓଡ଼ିଆ

    ମୁଁ ଓଡ଼ିଆ 

  ମୋ ନଦ, ନଦୀ, ହ୍ରଦ

   କେଡେ ସୁନ୍ଦର 

  ମୋ ଜଗନ୍ନାଥ, ବଳଭଦ୍ର,

   ସୁଭଦ୍ରା ମା'ଙ୍କର ବରଷକ ଯାକ

    କେତେ ନୀତିକାନ୍ତି

   ପୁଣି ସେ ଲଗାନ୍ତି କେତେ ହୁନ୍ଦର

   ତାଙ୍କ ମନ୍ଦିର କେଡେ ସୁନ୍ଦର

   ତାଙ୍କ ମହାପ୍ରସାଦ 

    କେଡେ ସୁବାସିତ ଓ ମନମୁଗ୍ଧକର । 

     ଆମ ରାଜଧାନୀ ଭୁବନେଶ୍ୱର

    ଲିଙ୍ଗରାଜ ଅଟନ୍ତି

    ସେ ମାଟିର ଅଧୀଶ୍ଵର

    ତାଙ୍କ ଖଇକୋରା ଅଟେ ବଢିଆ

   ଶିଶୁପାଳଗଡ଼, ଧଉଳି ଶାନ୍ତିସ୍ତୁପ

    ତାଙ୍କ ଐତିହ୍ୟ କେଡେ ଋଦ୍ଧିମନ୍ତ

    ତାଙ୍କ କଳାକୃତି କେତେ ବଢିଆ

   ସତେ ଏସବୁ ଯୋଗୁଁ

   ଗର୍ବରେ କୁହେ ମୁଁ ଓଡ଼ିଆ ।

   ଆମ ବିଶୁ ମହାରଣା

   ଧରମାର ଗାଥା

   କହେ ପ୍ରତି ଓଡ଼ିଆର

    ତ୍ୟାଗ ଓ ବୀରତ୍ବର ଗାଥା

   ବାଜି ରାଉତର ସାହାସ

   ଇଂରେଜଙ୍କର ଉଡାଇଲା ହୋସ୍ 

   ଜାତି ପାଇଁ ସିନା ଜୀବନ ଦେଲା

    ମାଟି ପାଇଁ ସିନା ଟଳି ପଡ଼ିଲା

   ଇଂରେଜ ପାଶେ ମୁଣ୍ଡ ନ ନୋଇଁଲା ।

   ଉତ୍କୃଷ୍ଟ କଳା କୃତି 

    କହେ ଆମ କୋଣାର୍କ

   ଓଡିଆ ଜାତିର ଅଟେ ସେ ଟେକ

   ସତେ କି ଜଡ ପାଷାଣ ମୂର୍ତ୍ତି

   ପ୍ରକାଶନ୍ତି ଏ ଶିଳ୍ପକଳାର କୀର୍ତ୍ତି

   ଦେଖିଲେ ସେ ଶିଳ୍ପୀର କାରୁକଳା

   ଯେ କହିବ ମୋ ଉତ୍କଳ ଜନନୀ

    ନୁହେଁ ଦୁର୍ବଳା ।

   ଆମ ଖାଦ୍ୟ, ଆମ ବସ୍ତ୍ର,

     ଆମ ପର୍ବପର୍ବାଣି,

   ଆମ ଭଷା, ଆମ ସଂସ୍କୃତି

   ଆମ ପରମ୍ପରା

   ସତେ କେଡ଼େ ବଢିଆ

   ସେ ପାଇଁ 

     ମୁଁ ଗର୍ବରେ କୁହେ

     ମୁଁ ଓଡିଆ

   ମୋ ମାତୃଭୂମି, ମାତୃଭାଷା 

    କେଡେ ବଢିଆ

    ମୁଁ ଓଡିଆ

        ମୁଁ ଓଡିଆ ।

   ମୋ ପଖାଳ କଂସା

    ମୋ ମଣ୍ଡା, ଗଇଁଠା

    ଆରିସା, କାକରା

   କେଡେ ମନୋହର

   କେଡେ ସୁଆଦିଆ 

   ମୁଁ ଓଡିଆ

       ମୁଁ ଓଡିଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract