STORYMIRROR

ମହାଗାଲୁଆ ସନୁ

Abstract

3  

ମହାଗାଲୁଆ ସନୁ

Abstract

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
418

ଗରବେ କହିବି ମୁଁ ଓଡ଼ିଆ,

   ମୋ ଭାଷା ପାଇଁ ମୁଁ କୋଢି଼ଆ,

ବିଦେଶୀ ସବୁ ମୋ ରାଇଜେ ବଢିଆ,

   ମୋ ସଂସ୍କୃତି ଗୋଟେ ଗାଡ଼ିଆ,

ଗରବେ କହିବି ମୁଁ ଓଡ଼ିଆ,

   

ସବୁ ନେଇ ଗଲେ ବି ସବୁ ଅଛି

   ଆତ୍ମାକୁ ମୋର ବାନ୍ଧି ରଖିଛି

ସେଇ ଏକା ସବୁ କରୁଛି

ଜଗତର ନାଥ ବୋଲଇ ସେ କାଳିଆ,

  ଗରବେ କହିବି ମୁଁ ଓଡ଼ିଆ 


 ବିଦେଶୀ ପିନ୍ଧିଲେଣି ଶାଢ଼ୀ,

   ହାଲ୍ଫ ରେ ଏଠି ବୁଲୁଛନ୍ତି ଦର ବୁଢ଼ୀ,

କୁକୁଡ଼ା ପରି କାଟି ଛୁଟି କୁ ଦାଢି,

   ଫାଷ୍ଟ ଫୁଡ଼ ଖାଉଛୁ ଛାଡିକି ଚୂଡ଼ା ଆଉ ମୁଢ଼ି 

ସବୁ ପରେ ବି ବାନ୍ଧି ରଖିଛି ମୋତେ ସେ କୁଡ଼ିଆ ,

  ମୁଁ ଗରବେ କହିବି ମୁଁ ଓଡ଼ିଆ ।।


ବାରି ବାଇଗଣକୁ ଦହି ପଖାଳ,

    ସବୁ ହଜି ଯାଇ ହୋଟେଲରେ ଯାଉଛି ବେଳ,

ମଡେନ ହବାରେ ହେଇକି ଡବା,

    ଅରୁଚିକୁ ରୁଚି କରି ଅଛୁ ହଜେଇ ଇତିହାସ ଅବା

ଉତ୍କଳ ବୁଡି ଯାଉ ଭାସି ଯାଉ ଓଡ଼ିଆ

  ମୁଁ ଗରବେ କହିବି ଓଡ଼ିଆ ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract