STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
357


ମନ୍ଦିର ମାଳିନୀ

ବୀର ପ୍ରସବିନୀ

ସୁହାସିନୀ ପୂଣ୍ଯ ଭୂମି ଉତ୍କଳ

ଯାହାର ନାଁ 

 ସେ ଓଡ଼ିଶା ଧାମେ ଜନମୀ

ଗର୍ବର ସହ କହେ ମୁଁ ଆଜି

 ମୁଁ ଓଡ଼ିଆ

ମୋ ପାଖାଳ କଂସା 

ଶାଗ ଭଜା ବଡି ଚୁରା

ଆଳୁଦମ ଦହିବୋରା

ସବୁ ଵଢିଆ ବଢିଆ

ଦମ୍ଭର ସହ କହେ 

  ଆଜି ମୁଁ ଓଡ଼ିଆ

ମୋ ଭାଷା ବେଶ ଭୂଷା

 ଗୋପବନ୍ଧୁ ଲକ୍ଷ୍ମଣଙ୍କ ଗାଥା

ସବୁ ଏଠି ମହନୀୟା

ମୋ ଶ୍ରୀ କ୍ଷେତ୍ର ଅବଡାର ସ୍ବାଦ

ନିମାଲ୍ଯର ବାସ କୋଣାର୍କ  

ଚାରୁ କଳା ପୁନେଇ ଜୁଆର

ମହୋଦଧି ବେଳା

 ଲିଙ୍ଗରାଜ କୋରା 

ସବୁ ଏଠି ବଢିଆ

ମନ ଖୋଲି କହୁଛି

  ଆଜି ମୁଁ ଓଡ଼ିଆ

ଦିଏ ସଦା ଶାନ୍ତିର ଡାକରା

ଧରିଛି ହାତେ ମୁଁ ଆଜି

ବନ୍ଦେ ଉତ୍କଳ 

  ଜନନୀ ର ଧ୍ବଜା

ମୋ ମୁଖ ନିସୃତ ବାଣୀ

 ଓଡ଼ିଆ ଓଡ଼ିଆ

ଯେଉଁ ଭାଷା ରେ 

  ଲିଖିତ କାବ୍ୟ କବିତା ।


Rate this content
Log in

Similar oriya poem from Inspirational