ମୁଁ ଓଡ଼ିଆ
ମୁଁ ଓଡ଼ିଆ

1 min

357
ମନ୍ଦିର ମାଳିନୀ
ବୀର ପ୍ରସବିନୀ
ସୁହାସିନୀ ପୂଣ୍ଯ ଭୂମି ଉତ୍କଳ
ଯାହାର ନାଁ
ସେ ଓଡ଼ିଶା ଧାମେ ଜନମୀ
ଗର୍ବର ସହ କହେ ମୁଁ ଆଜି
ମୁଁ ଓଡ଼ିଆ
ମୋ ପାଖାଳ କଂସା
ଶାଗ ଭଜା ବଡି ଚୁରା
ଆଳୁଦମ ଦହିବୋରା
ସବୁ ଵଢିଆ ବଢିଆ
ଦମ୍ଭର ସହ କହେ
ଆଜି ମୁଁ ଓଡ଼ିଆ
ମୋ ଭାଷା ବେଶ ଭୂଷା
ଗୋପବନ୍ଧୁ ଲକ୍ଷ୍ମଣଙ୍କ ଗାଥା
ସବୁ ଏଠି ମହନୀୟା
ମୋ ଶ୍ରୀ କ୍ଷେତ୍ର ଅବଡାର ସ୍ବାଦ
ନିମାଲ୍ଯର ବାସ କୋଣାର୍କ
ଚାରୁ କଳା ପୁନେଇ ଜୁଆର
ମହୋଦଧି ବେଳା
ଲିଙ୍ଗରାଜ କୋରା
ସବୁ ଏଠି ବଢିଆ
ମନ ଖୋଲି କହୁଛି
ଆଜି ମୁଁ ଓଡ଼ିଆ
ଦିଏ ସଦା ଶାନ୍ତିର ଡାକରା
ଧରିଛି ହାତେ ମୁଁ ଆଜି
ବନ୍ଦେ ଉତ୍କଳ
ଜନନୀ ର ଧ୍ବଜା
ମୋ ମୁଖ ନିସୃତ ବାଣୀ
ଓଡ଼ିଆ ଓଡ଼ିଆ
ଯେଉଁ ଭାଷା ରେ
ଲିଖିତ କାବ୍ୟ କବିତା ।