Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

1 min
176


"ମାତୃଭୂମି ମାତୃଭାଷାରେ ମମତା

ଯା' ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ।"


ଅର୍ଘ୍ୟଥାଳି - ସ୍ୱାଭାବ କବି ଗଙ୍ଗାଧର #୪


...............


ଦୁନିଆଟା ଆଜି ବଦଳି ଯାଉଛି 

   ବାପା ହେଉଛନ୍ତି ଡାଡି

ମାଆ ବି ହେଲେନି ମମ୍ ଆଉ ମମି

  ଓଡ଼ିଆ ଭାଷା ଯାଉଛି ବୁଡି ll ୧ ll


ଭାଇ ପାଲଟିଲାଣି ବ୍ରୋରେ ମନୁଆ

  ଭଉଣୀ ହେଲାଣି ସିସ୍

ହେଲୋ ହାଇରେ ବନ୍ଧୁତା ଚାଲୁଛି

  କାହା ମନେ ନାହିଁ ବ୍ଲିସ ll ୨ ll


ଦାଦା ମଉସା ସବୁ ଅଙ୍କଲ ହେଲେନି

  ମାଉସୀ ପିଉସୀ ଆଣ୍ଟି

ଜେଜେବାପା ମା ଗ୍ରାଣ୍ଡପା ଗ୍ରାଣ୍ଡ ମା ହେଲେନି

   ଶୁଣିଲେ ଶୁଖିଯାଉଛି ମୋ ତଣ୍ଟି ll ୩ ll


ମାଆ ଡାକ ଯେ କେଡେ ମଧୁର 

  ଏ ଆଧୁନିକ କାହୁଁ ବୁଝିବେ

ଏମାନେ ସବୁ ପରା 5G ପିଲା

  ଖାଲି ଇଣ୍ଟର୍ନେଟରେ ଚରିବେ ll ୪ ll


ଗୁରୁଜୀ ଗୁରୁମା ଲୁଚି ଯାଉଛନ୍ତି

  ସ୍କୁଲରେ ସାର ମାଡାମ

ଓଡ଼ିଆ ସାହିତ୍ୟକୁ କମ୍ ପଢୁଛନ୍ତି

  ଦେଖାଉଛନ୍ତି ଇଂଲିଶ ଗରମ ll ୫ ll


ପତ୍ନୀ ଆଜି କାଲି ୱାଇଫ୍ରି ହେଲାଣି

  ପତି ହବି ହସ୍ ହେଉଛନ୍ତି

ଜନ୍ମ ଦିନ ଅବା ବିବାହବାର୍ଷିକୀରେ

  କେକ୍ କାଟି ତୃପ୍ତି ଲଭନ୍ତି ll ୬ ll


ଧୀରେ ଧୀରେ ଆମ ଓଡ଼ିଆ ଜାତି

  ମାତୃଭାଷା ଭୁଲିଯାଉଛନ୍ତି

ବାଟରେ ଘାଟରେ ଇଂରାଜୀ କହି

  ଗର୍ବରେ ଛାତି ଫୁଲୋଉଛନ୍ତି ll ୭ ll


ପାଶ୍ଚାତ୍ୟ ସଂସ୍କୃତି ଆବୋରି ହେଇ

   ଜ୍ଞାନୀ ବୋଲି କହୁଛନ୍ତି

ମାତୃଭାଷାକୁ ଯେ ଦିଏନି ସମ୍ମାନ 

  ସେ ଜ୍ଞାନୀ ହୋଇପାରିବେ କି ll ୮ ll


ଉଠ ଉଠ ମୋର ଓଡ଼ିଆ ବାସୀ

 ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ 

ଓଡ଼ିଆ ଭାଷା କେତେ ଯେ ମିଠା

  ଓଡ଼ିଆ ମାଆ ମୋ କେଢେ ବଢିଆ ll ୯ ll


Rate this content
Log in

Similar oriya poem from Inspirational