STORYMIRROR

Subhalaxmi Nayak

Romance

2  

Subhalaxmi Nayak

Romance

ମୁଁ ଓ ତୁମେ

ମୁଁ ଓ ତୁମେ

1 min
151

ମୁଁ ତୁମ କବିତାର,

ଉପକ୍ରମଣିକାରେ ନ ଥାଏ,

ବର୍ଣ୍ଣନା ଉତ୍ତାରେ ପରୋକ୍ଷ ଭୂମିକାରେ,

ପ୍ରତିଟି ଶବ୍ଦ ଚାତୁରୀରେ,

ସ୍ୟାହିର ବାସ୍ନାରେ ମୋ ଅସ୍ଥିତ୍ଵକୁ ପାଏ.


ମୁଁ ତୁମ କାହାଣୀର,

ବିଷୟବସ୍ତୁକୁ ଆଧାର କରି,

କେବେ ଅପରିଚିତା ନାୟିକା ସାଜିନି.

କିନ୍ତୁ ସବୁ କାହାଣୀର ପ୍ରାରମ୍ଭିକ ପର୍ଯ୍ୟାୟରେ,

ଥାଏ ଆମ ଅମର ପ୍ରେମର ମଧୁର ରାଗିଣୀ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance