STORYMIRROR

Puspanjali Panda

Romance Fantasy

4  

Puspanjali Panda

Romance Fantasy

ମୁଁ ଓ ତମେ

ମୁଁ ଓ ତମେ

1 min
211

ମୁଁ ମେଘୁଆ ଆକାଶ ଖରା

ତମେ ପୂବେଇ ପବନ ପରା।।

ବେଗ ଅଣଚାଶ ବହୁଥାଏ

ଲାଗେ ମହମହ ବାସ୍ନା ଭରା।।

ମୁଁ ଧୂଉ ଧୂଉ ମରୁବାଲି

ପଡିଥାଏ ଏଠି ମୁହଁ ମାଡି।।

ତୁମେ ଧିର ଚୋରା ଚଇତାଳୀ

ଦିଅ ବାରିଦର ବାରି ଢାଳି।।

ତମେ ଶୀତୁଆ ସକାଳ ଭଳି

ମୁଁ ଥିରି ଥିରି ଶୀତରାତି

ମତେ ଛୁଇଁ ଦେଇ ଥରେ ଯାଅ

ଅଙ୍ଗେ ଭରିଯାଉ ତୁମ ତାତି ।।

ମୁଁ ସନ୍ଧ୍ୟା ଫେରନ୍ତି ପକ୍ଷୀ

ଗଗନରେ ଡେଣା ଝାଡୁଥାଏ ।।

ତୁମେକାଠିକୁଟା ବାସ ଟିଏ

ନୀଡ଼ ମୋହ ମତେ ଟାଣୁଥାଏ।।

ତମେ ସାଗର ଲହରୀ ସମ 

ଉଲ୍ଲାସ ରୋମାଞ୍ଚ ଭରା ।।

ମୁଁ ତୀରର ତରଣୀ ଟିଏ

ଦୂର ଦରିଆ ମୋ ପ୍ରିୟ ପରା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance