STORYMIRROR

Dharmaraj Majhi

Tragedy

3  

Dharmaraj Majhi

Tragedy

ମୁଁ ନିଖୋଜ ହେଲି

ମୁଁ ନିଖୋଜ ହେଲି

1 min
140

 

ଖୁସିରେ ରହିବ ତୁମେ ବୋଲି

ମୁଁ ଦୂରେଇ ଗଲି 

ମୁଁ ନିଖୋଜ ହେଲି।


ଆଜି ଅନେକ ବ୍ୟବଧାନ 

 ତୁମ ଆଉ ମୋ ଭିତରେ 

ତୁମେ ଆକାଶର ଜହ୍ନ

ମୁଁ ବିକ୍ଷିପ୍ତ ଏକ ମନ !!


ଗୋଟିଏ ତ ଆକାଶ ଥିଲା ପ୍ରେମର

ତୁମର ଆଉ ମୋର


ତୁମେ ସବୁ ସୁଖର ତାରା ରଖ

ନିଜ ପାଖରେ

ମୁଁ ହଜିଲି 

ଉଲ୍କା ହୋଇ 

ତୁମର ସବୁ ଦୁଃଖ ନେଇ।



ଏବେ ମୁଁ

ପୃଥିବୀର କେଉଁ ଏକ ଅଜଣା ସ୍ଥାନରେ

ଅନ୍ତରୀକ୍ଷରେ କେଉଁ ଏକ ନିଭୃତ କୋଣରେ


ତୁମେ କି ଦେଖିପାର

ଜାଣି ପାର !!

ଆଜି ଏ ଦୂରତ୍ବ ହିଁ 

ବାଖାଣୁଛି ଗଭୀରତା ପ୍ରେମର

ଖୋଜୁଛି ସଂଜ୍ଞା ସଂପର୍କର 


ତୁମେ କି ଆବିଷ୍କାର କରିପାରିବ

ଏବେ ମାେ ଅସ୍ତିତ୍ଵ

କେତେ ଟୁକୁରା କେତେ ଖଣ୍ଡ ହୋଇଛି ମୁଁ

କେମିତି ଅଛି

କେଉଁଠି ଅଛି


ମୁଁ କିନ୍ତୁ ଜାଣେ,

ତୁମେ ଖୋଜିଛ ମୋତେ

ପ୍ରତି ରାତି 

 ମୁଁ ବି ଦେଖିଛି ପ୍ରତିପକ୍ଷରେ

 ତୁମକୁ ନିସ୍ଵ ହେବାକୁ

ପୁଣି ଦେଖିଛି ନିଜକୁ ସମ୍ଭାଳିର ସେ ଅବସ୍ଥା

ମାେ ପ୍ରେମରେ,

ତୁମେ ପୂର୍ଣ୍ଣିମା ହେବାର

ଆଉ ବିରହରେ ଅମାବସ୍ୟା !!


ଆବଦ୍ଧ କରି ରଖିଚ ନିଜକୁ ପରିଧିରେ 

ତୁମକୁ ଓହ୍ଲେଇ ଆସିବା ଆଉ ଶୋଭା ପାଏ ନା

ତୁମେ ଏବେ ସ୍ଵତନ୍ତ୍ର ଏକ ଦେଶ

ତୁମ ପାଇଁ ସ୍ଥିର ଏବେ ,

 ପରିସୀମା

ସୀମା ଆଉ ସରହଦ 

ଭିନ୍ନ ଏକ ସମ୍ଭିଧାନ ।


ମୁଁ ଭୁମଗ୍ନ ଆଉ ନିଖୋଜ 

ହେଲା ପରଠୁ

ଆଉ ସାହସ ହୋଇ ନି

ଫେରି ଯିବାକୁ

ତୁମ ପାଖକୁ 


ତୁମ କ୍ରୋଧର ନିଦାଘ ସହେ

ତୁମ ଅଭିମାନର ବର୍ଷାରେ ଭିଜେ

ତୁମ ଗ୍ଲାନିର ଶୀତ ରେ ଜଡ ହୁଏ

ତୁମ ଲୁହ କାକରରେ ସିକ୍ତ ହୁଏ


ଆକାଶରୁ

ମୁଁ ନିଖୋଜ ହେଲି

ଉଳକା ହେଲି

ଧୂମକେତୁ ହେଲି

ତୁମ ଅତୀତ ହେଲି

ହଁ  ତୁମ ପ୍ରେମର ମୁଁ ଇତି ହେଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy