STORYMIRROR

Prafulla Chandra Mishra

Classics

2  

Prafulla Chandra Mishra

Classics

ମୁଁ ନୀଳ ପାରାବାର

ମୁଁ ନୀଳ ପାରାବାର

1 min
346


ତୁମେତ ସଜନୀ ନଳିନୀ 

     ମୁଁ'ଅଟେ ରବିକର,

ତୁମେ ତ ତଟିନୀ  କୁମୁଦ କଳିକା

ଶରଦ ଶଶି ମୁଁ

ତାରା ଭରା ଆକାଶର  ।।


ତୁମେତ ସୁନ୍ଦରୀ ମୟୂରୀ

  ଘୋର ଘଞ୍ଚ ବନାନୀ ର,

ତୁମରି ପ୍ରଣୟ ଆତୁର ବିଧୁର

ନୀଳ ମେଦୁର ମୁଁ

ଉଡେ ଶୂନ୍ୟେ ଶୂନ୍ୟାକାର ।।


ତୁମେ କୁଆଁ ତାରା କୁଆଁରୀ

   ପାହାନ୍ତିଆ ଆକାଶର,

ମୁଁ ନିର୍ବିକାର, ନିଥର,ନିଶ୍ଚଳ

ନୀଳ ଅମ୍ବର

ତୁମକୁ କରିଛି କୋଳ ।।


ସାତରଙ୍ଗର ବାଶବ କାର୍ମୁକ

   ବିଶାଳ ଛାତିରେ ମୋର,

ତୁ ଶୀତ ସିକ୍ତ ଟିପି ଟିପି ବର୍ଷା

ତୁ, ବିଦ୍ୟୁତ ପ୍ରଭା

ବିଭୁଷଣ ଫୁଲ ତୁଲ ।।


ଫେନୀଳ,ସୁନୀଳ,ଉତାଳ ତରଙ୍ଗ

     ଚଳଚଞ୍ଚଳ ଅଧୀର,

ଅନନ୍ତ ପ୍ରେମର ପ୍ରଣୟ ପିପାସୁ

ପ୍ରୀୟା ତରଙ୍ଗିଣୀ

ମୁଁ ନୀଳ ପାରାବାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics