STORYMIRROR

Sushree sangita Swain

Inspirational

4  

Sushree sangita Swain

Inspirational

ମୁଁ ନାରୀ

ମୁଁ ନାରୀ

1 min
485

ନାରୀ ମୁଁ ସର୍ବଂସହା

ସେଥିପାଇଁ ସ୍ପର୍ଦ୍ଧିତ ତୁମ ପୌରୁଷ

ନମ୍ର ମୋର ସର୍ବସତ୍ତା

ସେଥିପାଇଁ ମଦମତ୍ତ ତୁମ ଅହଂ ରାକ୍ଷସ ।

ସହି ଯାଏ ମୁଁ

ସେଥିପାଇଁ ତୁମେ କର ଅଟ୍ଟହାସ୍ୟ

ବ୍ୟବସ୍ଥିତ ମୁଁ

ସେଥିପାଇଁ ତୁମେ ରହିଥାଅ ଅସ୍ତବ୍ୟସ୍ତ ।

ମୁଁ ମର୍ଯ୍ୟାଦିତା

ସେଥିପାଇଁ ତୁମେ ଲଙ୍ଘିପାର ସୀମା ସରହଦ

ମୁଁ ନାରୀ, ରହିଥାଏ ସଦା ନାରୀ ହୋଇ

ମୋରି ନମ୍ରତାରୁ ପ୍ରତିପାଳିତ ତୁମ ପୌରୁଷ

ମୁଁ ସମର୍ପିତା

ସେଥିପାଇଁ ସଦା ଉପେକ୍ଷିତା, ତିରସ୍କୃତା

ମୁଁ ନୁହଁଇ ବ୍ୟର୍ଥ

ମୋ ବିନା ତୁମ ଜୀବନର ନାହିଁ କିଛି ଅର୍ଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational