STORYMIRROR

Anjana Naik,Anju..Deogarh

Inspirational

3  

Anjana Naik,Anju..Deogarh

Inspirational

ମୁଁ ନାରୀ

ମୁଁ ନାରୀ

1 min
785

ମୁଁ ନାରୀ

ହଜାରେ ଫୁଲ ଦରକାର

ଗୋଟେ ମାଳା ଗୁନ୍ଥିବା ପାଇଁ

ହଜାରେ ଦୀପ ଦରକାର

ଆଳତୀ ସଜେଇବା ପାଇଁ ।


ଅଗଣିତ ଜଳ ବୁନ୍ଦା ଦରକାର

ଗୋଟେ ସମୁଦ୍ର ବନେଇବା ପାଇଁ 

କେବଳ ଗୋଟେ ନାରୀ ହିଁ ଏକୁଟିଆ ଯଥେଷ୍ଟ

ଘରକୁ ସ୍ବର୍ଗରେ ପରିଣତ କରିବା ପାଇଁ ।


କରୁଣାର ସାଗର ଦୟାର ଦେବୀ ହିଁ ନାରୀ

ମମତାର ନିର୍ଝରିଣି କ୍ଷମାର ମୁର୍ତ୍ତି ହିଁ ନାରୀ

ପ୍ରକୃତିର ରୂପ ସହନଶୀଳତାର ସ୍ବରୁପ ନାରୀ

ଜନନୀ-ଜାୟା- ଦୁହିତା -ଭଗିନୀ ହିଁ ନାରୀ ।


ଶାନ୍ତି ମୈତ୍ରୀ ପ୍ରୀତିର ଫଲଗୁ

ପ୍ରତ୍ୟେକ ସମ୍ପର୍କର ଅଙ୍କୁରିତ ବୀଜରଶକ୍ତି ନାରୀ

ଅତୀତ-ବର୍ତ୍ତମାନ ଆଉ ଭବିଷ୍ୟତର

କୁଣ୍ଡଳୀ ବନ୍ଧନ ହିଁ ଏହି ନାରୀ ।


ବିଜୁଳିର ଚ଼ମକ ବାଦଲର ଗର୍ଜନ ନାରୀ

ଧରିତ୍ରୀର ସମ୍ମାନ ଦେବୀର ଅବତାର ନାରୀ

ଫୁଲର ହସ କୋମଳତାର ସ୍ପର୍ଶ ନାରୀ

ନିଜ ଜିଦରେ ଆସିଯାଏ ଯେବେ

ପ୍ରତିଜ୍ଞାର ପ୍ରତୀକ ହିଁ ଏଇ ନାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational