ମୁଁ ନାଚୁଥିବି ତୁମରି ପାଇଁ
ମୁଁ ନାଚୁଥିବି ତୁମରି ପାଇଁ
ନାଚିବାର ବେଳ ଯେବେ ଆସିଯିବ ନାଚିବି ତୁମରି ପାଇଁ,
ଯେମିତି ଦୁନିଆଁ ନ କହୁ ଠାକୁରେ ମୁଁ ତାର ହାତ କଣ୍ଢେଇ !
ହାତ କଣ୍ଢେଇ ମୁଁ ତୋହର ହୋଇଛି ନାଚୁଛି ତୋ ଇଛା ମତେ,
ତଥାପି କିଏ ସେ ଜଣେ ତ ମଣିଷ କହୁଛି ନଚାଏ ମୋତେ !
ତା କଥାରେ ଆଜି ହୁଏ ଉଦ୍ଭାବସା ବନ୍ଧା ପଡିଗଲା ପରି,
ଅଯୋଗ୍ୟ ହାତରେ ମୋ ସବୁ ଯୋଗ୍ୟତା କେମିତି ଯାଇଛି ମରି ?
ଭାବିଲେ ବିବେକ ଶତ ଧିକାରୁଛି ମୋତେ, ଛି ଛି ଲାଗିଲାଣି,
ମୋ ମାନବିକତା ପଣିଆକୁ ପରା କେବେ ଠାରୁ ବନ୍ଧା ପଡିଲାଣି !
ସିଏ ମୋତେ ଆଜି ଯାହା କହିଯାଏ ମୁଁ ମାନେ ପରା ତା କଥା,
ନିରୋଳାରେ ଆଜି ଭୁଲଟିକୁ ଭାବି ମନେଲାଗେ ଭାରି ବ୍ୟଥା !
କହିଦେଲା କଥା ମାରିଦେଲା ଶର ଆଉ କିବା ଫେରି ଆସେ ?
କୋଟିଏ ଧିକାର ମୋର ପୌରୁଷକୁ ତା କଥାରେ ମୁଁ ଉଠେବସେ,
ଯେତେ ଦିନ ଯାଏ ଅବିବେକି ହୋଇ ବିବେକ ହରାଇ ଦେବି,
କହିଦେ ମୋତେ ମୋର ଜଗନ୍ନାଥ କେମିତି ତୋ ପାଖେ ରହିବି ?