Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ମୁଁ କୃତଘ୍ନ

ମୁଁ କୃତଘ୍ନ

1 min
156



ଜନନୀ ଜଠରେ ଯେଉଁ ମୁହୁର୍ତ୍ତରେ

  ଦିବ୍ୟ ସ୍ମୃତି ଦେଲ ଢ଼ାଲି ।

ଶତେକ ଜନ୍ମର  ସ୍ମୃତି ହୁଏ ମୋର

  ତବ ନାମ ନେବି ବୋଲି . . .

ଭୁଲିଗଲି ଭୁଲିଗଲି ପ୍ରଭୁ ଭୁଲିଗଲି ଭୁଲିଗଲି ।। ଠ।।

ରୁଦ୍ଧ କୋଠରୀରେ   ଆବଦ୍ଧ ଭାବରେ

    ରକ୍ତ-ନାଳ-ପୁରିଷେଣ ,

କୀଟଙ୍କ ଦଂଶନ  ସହି ନ ପାରିଣ

  ମୁଖେ ଡାକେ ତ୍ରାହି ବୋଲି . . .

ରଖ ଦୀନବନ୍ଧୁ ବୋଲି ପ୍ରଭୁ ଭୁଲିଗଲି ଭୁଲିଗଲି । ୧।

ତୁମ୍ଭ ଦୟାବଳେ   ଦୃଶ୍ୟ ସେହି କାଳେ

  ଶତେକ ଜନ୍ମର କର୍ମ,

ଆହେ ଦୟାମୟ  ହୋଇଣ ସଦୟ

  ନେଲବାରେ ଥରେ ତୋଲି. . . . 

ଦୟାମୟ ବନମାଳୀ ପ୍ରଭୁ ଭୁଲିଗଲି ଭୁଲିଗଲି । ୨।

ବାରମ୍ଵାର ସ୍ତୁତି   କରିଣ ବିନତୀ

 ସତ୍ୟ କଲି ଦୟାମୟ,

ରୁଦ୍ଧ ଗର୍ଭଗତୁ  ଉଦ୍ଧାରିବା ହେତୁ

 ଶ୍ରୀପଦେ ଶରଣ ଗଲି. . . .

ଡାକ ଶୁଣ ବନମାଳୀ ପ୍ରଭୁ ଭୁଲିଗଲି ଭୁଲିଗଲି ।୩।

ମୁକ୍ତି ଦେଲବୋଲି   ଭୂ-ପୃଷ୍ଠେ ପଡ଼ିଲି

  ମାୟାରେ ମୁଁ ଭ୍ରମି ଗଲି, 

ମାୟାର ବନ୍ଧନେ  ପଡିଲି ତକ୍ଷଣେ

  କୁଆଁ କୁଆଁ ରାବ କଲି . . . .

ନାମ ରସ ଭୁଲିଗଲି ପ୍ରଭୁ ଭୁଲିଗଲି ଭୁଲିଗଲି । ୪ ।

ତବ ନାମ ରସ  ଶ୍ରୀ ସୁଧା ପୀୟୁଷ

  ନେଇ ବଞ୍ଚିବାକୁ ଦିନ,

କାଳେ ବଶ ହୋଇ   ଆହେ ଭାବଗ୍ରାହୀ

  ସ୍ମୃତି ମୋର ହାରି ଦେଲି . . . .

ମୁଁ ମୁଢ଼ ଅଜ୍ଞାନୀ ହେଲି ପ୍ରଭୁ ଭୁଲିଗଲି ଭୁଲିଗଲି । ୫ 

କେଡେ ସ୍ଵାର୍ଥୀ ମୁହିଁ  ମୋହେ ଅନ୍ଧ ହୋଇ

  ମତ୍ତ ଗର୍ବେ ଅନ୍ଧ ହେଲି,

ଦିଅ ତୁମ୍ଭ ନାମ   ହେ କରୁଣା ପ୍ରେମ

 ନାମଗାଇ ଯିବି ଚାଳି. . .

ରାଧା ରାଧା କୃଷ୍ଣ ବୋଲି ପ୍ରଭୁ ଭୁଲିଗଲି ଭୁଲିଗଲି । ୬।



Rate this content
Log in

Similar oriya poem from Inspirational